ନୂତନ ଶିକ୍ଷାର୍ଥୀଙ୍କ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ

୨୧ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :-> ନୂତନ ଶିକ୍ଷାବର୍ଷ ଆରମ୍ଭରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କର ଶ୍ରେଣୀ ଗୃହ ପାଠପଢ଼ା ଆରମ୍ଭ ହେବା ପରିପ୍ରେକ୍ଷୀରେ ସେମାନଙ୍କୁ ପାଠ୍ୟକ୍ରମ ଓ ମହାବିଦ୍ୟାଳୟର ସୁବିଧା ସୁଯୋଗଗୁଡିକୁ ଅବଗତ କରାଇବା ନିମନ୍ତେ ଏକ ଅଧିଷ୍ଠାନ ଉତ୍ସବ ମଡେଲ ଡିଗ୍ରୀ କଲେଜ, ନୟାଗଡ଼ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଶ୍ରୀ ପଞ୍ଚାନନ ଡାକୁଆ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଆଦର୍ଶ ବ୍ୟକ୍ତିତ୍ବ ରୂପେ ନିଜକୁ ଗଢିତୋଳିବା ପାଇଁ ପରାମର୍ଶ ଦେଇଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟର ନୀତି ନିୟମ ସଂପର୍କରେ ଉଦବୋଧନ ଦେଇଥିବା ବେଳେ ପରୀକ୍ଷା ସାରଣୀ ବିଷୟରେ ଶ୍ରୀ ଗୈ।ରମୋହନ ସାହୁ ଆଲୋକପାତ କରିଥିଲେ।ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିବା ଉତ୍ସବରେ ବିଜୟିନୀ ଶୁଭଦର୍ଶିନୀ ଓ ସୁନୀଲ କୁମାର ମଲ୍ଲିକ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିବା ବେଳେ ଡକ୍ଟର ଜ୍ୟୋତ୍ସ୍ନା ରାଣୀ କର ଧନ୍ୟବାଦ ପ୍ରଦାନ କରିଥଲେ।+୩ ତୃତୀୟ ବର୍ଷର ଛାତ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ସାସମଲ ସଭା ପରିଚାଳନା କରିଥିଲେ।

Exit mobile version