୨୧ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ଵୋଲଵମ ଭକ୍ତକୁ ପିଟିଲା କାର। ଘଟଣା ସ୍ଥଳରେ ଭକ୍ତ ଗୁରୁତର। ଘଟଣା ଘଟିଛି ୧୬ ନଂ ଜାତୀୟ ରାଜପଥ ବେଣ୍ଟ ଛକ ନିକଟରେ। ସୂଚନାଯୋଗ୍ୟ ୩ ଜଣ ଭକ୍ତ ରାତି ପ୍ରାୟ ୯ ଟା ସମୟରେ ଟାଙ୍ଗୀ ଅଭିମୁଖେ ଆସୁଥିବା ବେଳେ ପଛପଟୁ ଏକ ପରିବାର ନେଇ ଦ୍ରୁତ ଗତିରେ କାର ଟି ଆସୁଥିବା ବେଳେ ଭକ୍ତ ଜଣକୁ ଧକ୍କା ଦେଇଥିଲା ଫଳରେ ଭକ୍ତ ଜଣକ ଗୁରୁତର ହୋଇଥିଲା । ଘଟଣା ସ୍ଥଳରେ କାର ଚାଳକ ଜଣକ ଦୁର୍ଘଟଣା ଘଟାଇ ସେଠାରୁ ପଳାଇଲା ଯାଇଥିଲା । ପଛପଟୁ ଅନ୍ୟ ଏକ କାର ଆସିଥିବାର ଦେଖି ଅନ୍ୟ ଭକ୍ତମାନେ କାରଟିକୁ ରଖି ଘଟଣା ବିଷୟରେ କହିଥିଲେ।
ଅନ୍ୟ କାର ଜଣକ ନିଜ ଜୀବନକୁ ବାଜି ଲଗାଇ କାର କୁ ପିଛା କରିଥିଲେ ଫଳରେ କିଛି ବାଟ ଗଲାପରେ କାରଟିକୁ ଅଟକାଇଥିଲେ।ପରେ ଚାନ୍ଦପୁର ଥାନାକୁ ଜଣାଇବା ପରେ ଚାନ୍ଦପୁର ଥାନା ଘଟଣା ସ୍ଥାନରେ ପହଁଚି କାରଟିକୁ ଜବତ କରିଥିଲେ। ଏପଟେ ଭକ୍ତ ଜଣକୁ ଚାନ୍ଦପୁର ଅଣାଯାଇଥିଲା ହେଲେ ଭକ୍ତ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର କୁ ସ୍ଥାନାନ୍ତରିତ କରାଯାଇଛି। ଭକ୍ତ ଜଣକ ହେଉଛନ୍ତି ଟାଙ୍ଗୀ ଗ୍ରାମ ଗୋବିନ୍ଦପୁର ପାଟଣାର ଚିତ୍ତରଞ୍ଜନ ମିଶ୍ର ବୟସ ୨୮ ବର୍ଷ ବୋଲି ଜଣାପଡିଛି.
