କଂଗ୍ରେସ ଗଡଥିବା ଗ୍ରାମରେ ବିଜେଡିର ମିଶ୍ରଣ ପର୍ବ ନେଇ ବିଭିନ୍ନ ମହଲରେ ବିଭିନ୍ନ ଆଲୋଚନା ହେଉଛି

୨୦ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ନୁଆଗଡ ନଦୀମୁଠା ଅଞ୍ଚଳର ଉଦୟପୁର ଗ୍ରାମ ପଞ୍ଚାୟତ ପୁରୁଣା ସାହି ଗ୍ରାମ ଠାରେ ବିଜେଡିର ମିଶ୍ରଣ ପର୍ବ ନେଇ ବିଭିନ୍ନ ମହଲରେ ବିଭିନ୍ନ ଆଲୋଚନା ହୋଇଛି । ଏହି ମିଶ୍ର ପର୍ବରେ ଅଞ୍ଚଳର ବରିଷ୍ଠ ବିଜେଡି କର୍ମୀ ତଥା ସୁନ୍ଦରଡାଙ୍ଗ ସରପଞ୍ଚଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡି ଜିଲ୍ଲା ସଭପତି ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବରା ତିରୁପତି ରାଓ,

ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ପରିଛା, ବସନ୍ତ ଦାସ, ହାଇଟେକ୍ ଗ୍ରୁପର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ବ୍ଳକ ବିଜେଡି ସଭାପତି ଯୋହନ ମାଝିଙ୍କ ସମେତ ବିଜେଡିର ଜିଲ୍ଲା ଓ ବ୍ଳକସ୍ତରୀୟ ପଦାଧିକାରୀ ଏବଂ ଅଞ୍ଚଳର ବରିଷ୍ଠ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ । ଅତିଥିମାନଙ୍କୁ ଖସିରେ ଗ୍ରହଣ କରି ଗାଁ ମୁଣ୍ଡରୁ ବାଜା ରୋଷଣୀ ସହ ବହୁ ଆଡମ୍ବର ସହକାରେ ମିଶ୍ରଣ ପର୍ବ ସଭାସ୍ଥଳକୁ ପାଛୋଟି ଆଣିଥିଲେ ।

ସେଠାରେ ଅତିଥିମାନଙ୍କୁ ଉପଢୌଙ୍କନ ଦେଇ ସମ୍ମାନିତ କରିଥିଲେ । ତପରେ ଏହି ସଭାରେ ସ୍ଥାନୀୟ ସମସ୍ତ ଗ୍ରାମବାସୀ ଏବଂ ପଡୋଶୀ ଗ୍ରାମର ଶତାଧିକ କଂଗ୍ରେସ କର୍ମୀ ଦଳ ଛାଡି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇଥିଲେ । ସେମାନଙ୍କୁ ବିଜେଡିର ଜିଲ୍ଲା ଏବଂ ବ୍ଳକ ପଦାଧିକାରୀଙ୍କ ଉପସ୍ଥିତିରେ ବିଜେଡିର ଉତ୍ତରୀୟ ଦେଇ ସାମିଲ କରାଯାଇଥିଲା । ଏହି ବ୍ଳକକୁ କଂଗ୍ରେସ ଗଡ କୁହାଯାଉଥିବା ବେଳେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ସ୍ବଛ ଶାସନ,

ତାଙ୍କ ଆଦର୍ଶ ନୀତି ଏବଂ ଉପାନ୍ତ ଦୁର୍ଗମ ଅଞ୍ଚଳରେ ଲୋକାଭିମୁଖୀ ବିକାଶମୂଳକ ଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଇଥିବା କଂଗ୍ରେସ ସମର୍ଥକମାନେ କହିଛନ୍ତି । ଏହାକୁ ନେଇ ଏହି ଅଞ୍ଚଳରେ ବିଭିନ୍ନ ମହଲରେ ବିଭିନ୍ନ ଗୁଜବ ସୃଷ୍ଟି ହେଉଛି ଯେ ୫ବର୍ଷ ବିତିଯାଇଥିଲେ ମଧ୍ୟ ମୋହନା ବିଧାୟକ ଶ୍ରୀ ଗମାଙ୍ଗ ବାବୁ ଏହି ଅଞ୍ଚଳ ପ୍ରତି ଦିନଟି ପାଇଁ ମଧ୍ୟ ଆଡଆଖି ଦେଇଥିଲେ ନାହିଁ କି ଅଞ୍ଚଳର ସମସ୍ୟା ଉପରେ ଗରୁତ୍ବ ନଦେବା ଯୋଗୁ ଆମେ ବାଧ୍ୟ କଂଗ୍ରେସ ଛାଡି ବିଜେଡି ହାତଧରିଛୁ ଯାହାଫଳରେ ଆମ ଅଞ୍ଚଳର ସମସ୍ୟା ସମାଧାନ ହୋଇପାରିବ ।

Exit mobile version