Home ଅପରାଧ ମାଷ୍ଟର ମାଇଣ୍ଡ ଖେଳାଳି କାହ୍ନୁ ର ସରିନି ଠକେଇ ଖେଳ : ଲୁଚକାଳି ଖେଳ ଧରାପଡ଼ିଛି STF ଙ୍କ ହାତରେ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ପ୍ରଥମେ ରଶ୍ମି ରଞ୍ଜନ ଦାସ ଚାନ୍ଦପୁର ଥାନା ଆଇଆଇସି ସମୟରେ ଧରାପଡିଥିଲା,ଦୁର୍ଦ୍ଦାନ୍ତ ମାଫିଆ ଓ ଠକ ଏବଂ ନକଲି ଅଫିସର୍ – କାହ୍ନୁ ଚାନ୍ଦପୁର ଆଇଆଇସି ଙ୍କ ପରେ ଏବେ STF ଙ୍କ ଦ୍ଵାରା ଧରା ପଡ଼ିଲା ଦୁର୍ଦ୍ଦାନ୍ତ ମାଫିଆ କାହ୍ନୁ ୨୦ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ମାଷ୍ଟର ମାଇଣ୍ଡ ଖେଳାଳି କାହ୍ନୁ ର ସରିନି ଠକେଇ ଖେଳ । କାହ୍ନୁ ଚରଣ ପ୍ରଧାନ ନାମକ ଠକ ଏବଂ ନକଲି ଅଫିସର୍ ସାଜି ଲୁଟ୍ ପାଟ ରେ ମାହିର । ତେବେ କାହ୍ନୁକୁ ଠକେଇ ଓ ଲୁଟ୍ ମାମଲା କୁ ନେଇ ଗିରଫ କଲା STF । ୪ କୋଟି ଟଙ୍କାର ବ୍ୟାଙ୍କ୍ ଖାତା ମିଳିଥିବାର ସୂଚନା ମିଳିଛି ଓ ବ୍ଲାକମେଲିଂ କରି ଶତାଧିକ ନିରୀହ ଲୋକ ଙ୍କୁ ଠକି କୋଟି କୋଟି ଟଙ୍କାର କାରବାର ଜମାଇଥିଲା କାହ୍ନୁ ପ୍ରଧାନ ଯାହାର ଲୁଚକାଳି ଖେଳ ଧରାପଡ଼ିଛି STF ଙ୍କ ହାତରେ । ଏହି ଘଟଣା ରେ ବ୍ରହ୍ମପୁର କିଶୋର ମିଶ୍ର ଙ୍କୁ ଶୁକ୍ରବାର ଗିରଫ କରାଯିବାରୁ କାହ୍ନୁ ଆକାଉଣ୍ଟ ରେ ବହୁଳ ପରିମାଣର ଟଙ୍କା ଟ୍ରାନଜେକ୍ସନ୍ କଥା ସାମ୍ନା କୁ ଆସିଥିଲା । ନକଲି ଆରଟିଆଇ କର୍ମୀ ସାଜି ସରକାରୀ କର୍ମୀ ଙ୍କୁ ବ୍ଲାକମେଲିଂ କରି ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ମାମଲା ସାମ୍ନା କୁ ଆସିଛି ଖାଲି ଏତିକି ନୁହେଁ , ବିଦ୍ୟାଳୟ ଅନ୍ୟ ସରକାରୀ ସେକ୍ଟର ରେ ପୋଷ୍ଟିଂ ଦବା ନାଁ ରେ ଅନେକ ଲୋକଙ୍କୁ ଭୁଆଁ ବୁଲାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲା । ଗତକାଲି ଟାଙ୍ଗୀ ବାସିନ୍ଦା କାହ୍ନୁ ପ୍ରଧାନ କୁ ଭୁବନେଶ୍ୱର ଅନ୍ଧାରୁଆ ରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । କୋରାପୁଟ ଜେଲ ରେ ଉଭୟ କାହ୍ନୁ ଓ କିଶୋର ଙ୍କୁ ରଖାଯାଇଛି । ପୁର୍ବରୁ ମଧ୍ୟ ଏଭଳି କାଣ୍ଡ ଘଟାଇବାରୁ ଚାନ୍ଦପୁର ଆଇଆଇସି ଭାବେ ନିଯୁକ୍ତି ଥିବା ବେଳେ ରଶ୍ମି ରଞ୍ଜନ ଦାଶ ଉକ୍ତ ଅପରାଧୀ କୁ ୩୭/୨୦୨୦,୬୬/୨୦୨୦,୯୬/୨୦୨୦, ୧୦୬/୨୦ରେ ମାମଲା ରୁଜ୍ଜୁ କରାଯାଇ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଚାନ୍ଦପୁର ଅଞ୍ଚଳ ରୁ ଶିକ୍ଷକ ଠାରୁ ଆରମ୍ଭ କରି ସାଧାରଣ ଲୋକ ଙ୍କ ପର୍ଯ୍ୟନ୍ତ ଠକି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା ଯାହାଫଳରେ ରଶ୍ମି ରଞ୍ଜନ ଙ୍କ ଅକ୍ଲାନ୍ତ ପରିଶ୍ରମ ରେ ଉକ୍ତ ଅପରାଧୀ କୁ କାବୁ କରାଯାଇଥିଲା । ଖାଲି ସେତିକି ନୁହେଁ ଗ୍ରାଜୁଏଟ କାହ୍ନୁ ସରକାରୀ ଚାକିରୀ କରେଇଦବା ଓ ବଦଳି କରେଇଦେବା ନାଁ ରେ ଲୋକଙ୍କ ଠୁ ଟଙ୍କା ଆଦାୟ କରୁଥିଲା । ଲୋକଙ୍କ ବିଶ୍ୱାସ ଜିତି ନକଲି କାଗଜ ପତ୍ର ଦେଖାଇ ଲୁଟୁଥିବା କାହ୍ନୁ ଠାରୁ କିଛି ଦରକାରୀ ସରକାରୀ କାଗଜ ପତ୍ର ଓ କିଛି ନୋଟିସ୍ ଇତ୍ୟାଦି ଜବତ ହୋଇଛି । କାହ୍ନୁ ଠକ ଗ୍ୟାଙ୍ଗ ର ମାଷ୍ଟର ମାଇଣ୍ଡ ଥିବା ବେଳେ ପୋଲିସ ତା ନାଁ ରେ କେଉଁ କେଉଁ ଅଭିଯୋଗ ହୋଇଛି ସେ ବିଷୟରେ STF ତଥ୍ୟ ଦେଇଛନ୍ତି । ପ୍ରକାଶ ଥାଉ କି ଏତେଦିନ ଧରି ଏହି ଦୁର୍ଦ୍ଦାନ୍ତ ମାଫିଆ କାହ୍ନୁ ପ୍ରଧାନ ତା ବେଆଇନ୍ କାରବାର ଚଳାଇ ଆସୁଥିଲେ ବି ପ୍ରଥମେ ରଶ୍ମି ରଞ୍ଜନ ଦାସ ଚାନ୍ଦପୁର ଥାନା ଆଇଆଇସି ସମୟରେ ଧରାପଡିଥିଲା । ଏବଂ ଏକ ୧୩୧/୨୦ କେସ ଏବେ ବି ବିଚାରଧୀନ ଅଛି ଯାହାକୁ ତଦନ୍ତ କଲେ ଦୁର୍ଦ୍ଦାନ୍ତ କାହ୍ନୁ ଗ୍ୟାଙ୍ଗର ଅନ୍ୟ ଅପରାଧୀ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରିବାର ତଦନ୍ତ ଚାଲୁ ରହିଛି ବୋଲି STF ମତ ରଖିଛନ୍ତି । Categories: ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content "ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ" by Proprietor Abhimanyu Maharana June 29, 2026 ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ by Proprietor Abhimanyu Maharana June 28, 2026 ସମଲେଶ୍ୱରୀ ପୀଠରେ "ସାତବହନୀ" ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ by Proprietor Abhimanyu Maharana June 28, 2026 ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ by Proprietor Abhimanyu Maharana June 28, 2026 ଭାରତର ସର୍ବବୃହତ ଆନିମେସନ୍ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ by Proprietor Abhimanyu Maharana June 28, 2026 ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି by Proprietor Abhimanyu Maharana June 28, 2026