
୨୦ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ଶ୍ରାବଣ ମାସ ସୋମବାରେ ଯେଉଁ ଭକ୍ତ ଶିବ ଲିଙ୍ଗରେ ଜଳ ଢାଳେ ତାଙ୍କୁ କୋଟି ପୁଣ୍ୟର ଫଳ ମିଳିଥାଏ । ଏଥିପାଇଁ ଶ୍ରାବଣ ମାସ ସୋମବାରରେ ଜଳ ଲାଗି କରିବା ପାଇଁ ବିଭିନ୍ନ ଶୈବପୀଠରେ ଶିବ ଭକ୍ତ କାଉଡିଆ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । ଚଳିତ ବର୍ଷ ଯୋଡ଼ା ଶ୍ରାବଣ ମଳମାସ ପଡିବାରୁ କାଉଡିଆ ଶ୍ରଦ୍ଧାଳୁ ମାନେ ଦୁଇଟି ସୋମବାର ଶିବ ଲିଙ୍ଗରେ ପାଣି ଢ଼ାଳିଥିଲେ । ପରବର୍ତ୍ତୀ ଦୁଇଟି ସୋମବାର ମଳମାସ ଯୋଗୁଁ ଶ୍ରଦ୍ଧାଳୁଙ୍କୁ ମାନେ ଶିବ ଲିଙ୍ଗରେ ପାଣି ଢାଳିବାରୁ ନିବୃତ୍ତ ରହିଥିଲେ । ମଳମାସ ଶେଷ ହେବା ପରେ , ତୃତୀୟ ସୋମବାର ପାଇଁ କାଉଡ଼ିଆ ଶ୍ରଦ୍ଧାଳୁମାନେ ପୁନର୍ବାର ଶିବ ଲିଙ୍ଗରେ ପାଣି ଢ଼ାଳିବା ପାଇଁ ସେମାନଙ୍କର ପଦଯାତ୍ରା ଆରମ୍ଭ କରି ଦେଇଛନ୍ତି ।

