୨୦ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ଅଞ୍ଚଳ ଦେଇ ପ୍ରବାହିତ ଘୋଡାହାଡ ନଦୀରେ କୁମ୍ଭୀର ଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମନରେ ଛନକା ପଶିବା ସହ ଲୋକେ ସ୍ନାନ ଶୌଚ ପାଇଁ ସ୍ଥାନୀୟ ଘୋଡାହାଡ ନଦୀ ଭିତରକୁ ଯିବାକୁ ଭୟ କରୁଥିବା ଜଣାପଡିଛି।
ଘୋଡାହାଡ ନଦୀରେ କୁମ୍ଭୀର ଥିବା ଏକ ଭିଡିଓ ଶନିବାର ଠାରୁ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଖବର ପାଇ ହିଞ୍ଜିଳିକାଟୁ ଜଙ୍ଗଲ,ଜଳବାୟୁ ଓ ପରିବେଶ ବିଭାଗର ବନପାଳ ଘରମଣି ପାଣିଗ୍ରାହୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇବା ସହିତ ଗତିବିଧି ଲକ୍ଷ୍ୟ କରିଛନ୍ତି । ଘୋଡାହାଡ ନଦୀରେ କୁମ୍ଭୀର ନଥିବା ସୂଚନା ଦେବା ସହିତ ଏହା ମନୁଷ୍ୟକୃତ ଏକ ନକଲି କୁମ୍ଭୀରର ଭିଡିଓ ବୋଲି ସେ ସୂଚନା ଦେଇଛନ୍ତି ।
