Home ଓଡ଼ିଶା ପାଣ୍ଡିଆନ ଙ୍କୁ କାଳୀ ମାଡ଼ ଅସହିଷ୍ଣୁତା ର ପ୍ରତିଫଳନ ୨୨ ତାରିଖରେ ବିଜେପି ର ଭୁବନ ବନ୍ଦ ଡ଼ାକରା ନିରାଧାର by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୦ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନ :-> ଗତକାଲି ପୁରୀ ସତ୍ୟବାଦୀ ଠାରେ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଙ୍କ ଉପରେ ହୋଇଥିବା କାଳୀ ମାଡ଼ କୁ ଭୁବନ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ତୀବ୍ର ନିନ୍ଦା କରିଛି । ଏନ୍ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ,ନଗରପାଳ ଶୁଭେନ୍ଦୁ କୁମାର ସାହୁ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କୁ ସମ୍ବୋଧିତ କରି କହିଥିଲେ ଯେ,ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ସଚିବ ଭି କେ ପାଣ୍ଡିଆନ ସାରା ରାଜ୍ୟ ଗସ୍ତ କରି ଲୋକଙ୍କ ସମସ୍ୟା କୁ ସପ୍ତାହକ ମଧ୍ୟରେ ସମାଧାନ କରିବା ସହିତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ପ୍ରକଳ୍ପ ଓ ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ବିତ କରୁଥିବା ବେଳେ ବିରୋଧୀ ଦଳ ପ୍ରଥମେ ମୌନ ବ୍ରତ ପରେ ଏବେ କାଳୀ ମାଡ଼ କରିଛନ୍ତି । ବିରୋଧୀ ଦଳ ରାଜ୍ୟର ବିକାଶ କୁ ସହ୍ୟ କରିପାରୁ ନାହିଁ। ସେଥିପାଇଁ ଗତକାଲି କାଳୀ ମାଡ଼ କରିଛି । ଏହା ବିରୋଧୀ ଦଳ ର ଅସହିଷ୍ଣୁତା ର ପ୍ରତିଫଳନ ବୋଲି ଭୁବନ ବିଜେଡି ପକ୍ଷରୁ କୁହାଯାଇଛି । କାଳୀ ମାଡ଼ କରିଥିବା ଭାସ୍କର ସାହୁ ଙ୍କୁ ୫ ଟି ସଚିବ କ୍ଷମା କରିଦେଇଛନ୍ତି ଓ ତାଙ୍କ ନିର୍ଦ୍ଦେଶ ରେ ପୋଲିସ ଛାଡ଼ି ଦେଇଛି । ଏହା ସଚିବ ଙ୍କ ମହାନତା ଆଉ ବଡପଣ ବୋଲି କୁହାଯାଇଛି । ଭାରତୀୟ ଜନତା ପାର୍ଟି,ଭୁବନ ନଗର ମଣ୍ଡଳ ତରଫରୁ ଯେଉଁ କେତେକ ସମସ୍ୟା/ ଦାବି କୁ ନେଇ ଆସନ୍ତା ୨୨ ତାରିଖ ମଙ୍ଗଳବାର ଭୁବନ ବନ୍ଦ ଡ଼ାକରା ଦିଆଯାଇଛି,ତାହା ନିରାଧାର ଓ ହାସ୍ୟାସ୍ପଦ । ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ବର୍ତ୍ତମାନ ୫ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି । ଦୈନିକ ୩୦୦ ରୁ ଉର୍ଦ୍ଧ୍ବ ରୋଗୀ ସେବା ପାଇବା ସହ ମାଗଣାରେ ଔଷଧ ମଧ୍ୟ ପାଉଛନ୍ତି। ଭୁବନ ରୁ ଶୀତଳ ଭଣ୍ଡାର ଲୋପ ପାଇବା ସଂପର୍କ ରେ ପ୍ରଶ୍ନ କରିବା ବିଜେପି ର ନୈତିକ ଅଧିକାର ନାହିଁ କାରଣ ତତ୍କାଳୀନ ସମବାୟ ମନ୍ତ୍ରୀ ( ବିଜେପି )ଙ୍କ ନିର୍ଦ୍ଦେଶ ରେ ଶାଗ ମାଛ ଦରରେ ବିକ୍ରି କରାଯାଇଥିଲା । ସେ ବ୍ୟକି ଜଣକ ପ୍ଲଟିଂ କରି ଶୀତଳ ଭଣ୍ଡାର ଜାଗା ବିକ୍ରି କରି ଭୁବନ ଛାଡ଼ି ପଳାଇଲେ । ଭୁବନ ର ପ୍ରବେଶ ପଥ ମୂଲ୍ୟବାନ ଜାଗା କୁ ଜବରଦଖଲକାରୀ ଙ୍କ କବଳରୁ ମୁକ୍ତ କରି ମାଗଣାରେ ମାଟି ପକାଇ ନୂତନ ଭେଣ୍ଡିଂ ଜୋନ (୧୬ ଟି ଷ୍ଟଲ )ନିର୍ମାଣ ହୋଇଛି,ଆସନ୍ତା ୩୧ ତାରିଖ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଏହା ଉଦଘାଟନ ହେବ ।ଭୁବନ ସହର ମଧ୍ୟ ଦେଇ ଯାଇଥିବା ୫୩ ନମ୍ୱର ଜାତୀୟ ରାଜପଥ କାମ କୁ ଏନ୍ ଏଚ୍ ଏ ଆଇ ଅସମ୍ପୂର୍ଣ୍ଣ କରି ଛାଡ଼ି ପଳାଇଲା । ପରେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ଆରମ୍ଭ ହୋଇଛି, ବର୍ଷା ଯୋଗୁଁ କାମ ବନ୍ଦ ରହିଛି । ପେଟ୍ରୋଲ ପମ୍ପ ରୁ କୋର୍ଟ ଛକ ଏନ୍ ଏ ସି ରାସ୍ତା ହୋଇ ନଥିଲେ ମଧ୍ୟ ଯୁବ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଏଥିପ୍ରତି ତତ୍ପରତା ପ୍ରକାଶ କରିଛନ୍ତି । ଯାହାକି ତାଙ୍କର ମହାନତା । ରଗଡ଼ି ନାଳ ପାଇଁ ପୂର୍ବରୁ କେହି ଚିନ୍ତା କରି ନଥିବା ବେଳେ ନଗରପାଳ ଆଗ୍ରହ ପ୍ରକାଶ କରି କ୍ଷୁଦ୍ର ଜଳ ସେଚନ ବିଭାଗ ଦ୍ଵାରା ୧.୫ କୋଟି ଟଙ୍କା ବ୍ୟୟରେ ପୁନରୁଦ୍ଧାର କାର୍ଯ୍ୟ କରାଉଛନ୍ତି। ଭୁବନ ସହର ର ସମସ୍ତ ଶୌଚାଳୟ ଗୁଡ଼ିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ ହେଉଛି ଓ ସମ୍ପୂର୍ଣ ଦେୟ ମୁକ୍ତ ରହିଛି । ଏବଂ ସମସ୍ତ କଲ୍ୟାଣ ମଣ୍ଡପ ଗୁଡ଼ିକ ଲୋକାର୍ପଣ ହୋଇ ଲୋକଙ୍କ କାର୍ଯ୍ୟରେ ଲାଗୁଛି । ସାରା ସହର ରେ ପରିମଳ ବ୍ୟବସ୍ଥା ରେ ବ୍ୟାପକ ସୁଧାର ଆସିଛି । ସ୍ବଚ୍ଛ ସାଥୀ ମାନେ ତାହାର ତଦାରଖ କରୁଛନ୍ତି । କେତେକ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଜାଣିଶୁଣି ଡ୍ରେନ ରେ ଅଳିଆ, ଜରି ଇତ୍ୟାଦି ପକାଇ ଡ୍ରେନ ଜାମ କରୁଛନ୍ତି । ଭୁବନ ଉଚ୍ଚ ବିଦ୍ୟାଳୟ ରେ ଏନ୍ ସି ସି ଶିକ୍ଷକ ଅବସର ନେବା ପରେ ଦୀର୍ଘ ୪ ବର୍ଷ ହେଲା ପଦବୀ ଖାଲି ପଡିଛି। ଏନ୍ ସି ସି ଶିକ୍ଷକ ପାଇଁ ନିର୍ଦ୍ଦିଷ୍ଟ ପଦବୀ ନାହିଁ । ଡି ଇ ଓ ଙ୍କୁ ଦରଖାସ୍ତ ଦିଆ ଯାଇଛି,ଖୁବ୍ ଶୀଘ୍ର ଏହି ପଦବୀ ରେ ଜଣକୁ ଅବସ୍ଥାପିତ କରାଯିବ । ପାନୀୟ ଜଳ ସମସ୍ୟା ର ସ୍ଥାୟୀ ସମାଧାନ ନିମନ୍ତେ ୨୮ କୋଟି ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ଏହା ସମ୍ପୂର୍ଣ୍ଣ ହେବା ପରେ ଲୋକଙ୍କୁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଇ ଦିଆଯିବ । ଆସନ୍ତା ୫୦ ବର୍ଷ ପର୍ଯ୍ୟନ୍ତ ଆଉ ପାନୀୟ ଜଳ ସମସ୍ୟା ରହିବନି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ କୌଣସି ଦୁର୍ନୀତି ହୋଇନାହିଁ ,ଯଦି ସତ୍ ସାହସ ଅଛି ବିରୋଧୀ ଦଳ ଅଯୋଗ୍ୟ ହିତାଧିକାରୀ ଙ୍କ ନାମ,ତାଲିକା ପ୍ରଦାନ କରୁ ,ସେମାନଙ୍କ ଠାରୁ ସୁଧ ମୂଳ ସହ ଆଦାୟ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ଦୃଢୋକ୍ତି ପ୍ରକାଶ କରିଥିଲେ HB । ବିରୋଧୀ ଦଳ ଭୁବନ ଏନ୍ ଏ ସି ରେ ଚାଲିଥିବା ବିକାଶ କୁ ସହ୍ୟ କରି ନପାରି ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି କହିଥିଲେ । Categories: ଓଡ଼ିଶା, ଢେଙ୍କାନାଳ, ହୋମ୍ Related Content ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026 କଲରାପତରିଆ ବାଘ ଛାଲ ବିକ୍ରି ଯୋଜନା ପଣ୍ଡ : ଜଣେ ଗିରଫ - ୨ଟି କଲରାପତରିଆ ଛାଲ ଜବତ by Proprietor Abhimanyu Maharana September 18, 2026 ବିଶ୍ୱକର୍ମା ପୂଜା ପାଳିତ : ଠିକାଦାର, ଶ୍ରମିକ, ଦିନମଜୁରିଆ ଓ ବସ୍ କର୍ମଚାରୀଙ୍କ ଉତ୍ସାହପୂର୍ଣ୍ଣ ସାମିଲ by Proprietor Abhimanyu Maharana September 18, 2026 ଯାତ୍ରୀବାହୀ ବେଲୁନ ବସ୍ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ by Proprietor Abhimanyu Maharana September 18, 2026