ସିଆରପିଏଫ ଜବାନ ପ୍ରଣବ ମହାଳିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

୨୦ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ସଦର ବ୍ଲକ ଧରିଣା ଗ୍ରାମର ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ତଥା ଧରିଣା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ କେଳୁଚରଣ ମହାଳିଙ୍କ ବଡ଼ ପୁଅ ପ୍ରଣବ ମହାଳି ( ବାପି ) ଙ୍କର ଗୁରୁବାର ରାତିରେ ମଣିପୁର ସ୍ଥିତ ସିଆରପିଏଫ ହସପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ବୟସ ହୋଇଥିଲା । ତାଙ୍କ ମର ଶରୀର ଆଜି ସକାଳେ ଆସି କନ୍ଦରପୁର ଛକରେ ପହଞ୍ଚିଥିଲା । ସେଠାରେ ଉପସ୍ଥିତ ଥିବା ଜନସାଧାରଣ, ବିଭିନ୍ନ ରାଜନୈତିକ ଦଳର ନେତା,କର୍ମୀ,

ବୁଦ୍ଧିଜୀବ ମାନେ କନ୍ଦରପୁର ବଜାର ଠାରେ ତାଙ୍କ ମରଶରୀରେ ପୁଷ୍ପଗୁଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କନ୍ଦରପୁର ଠାରେ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ଗୋଗୁଳ ଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଣବ ମହାଳି ମଣିପୁର ସ୍ଥିତ ସିଆରପିଏଫରେ କାର୍ଯ୍ୟ କରୁଥିଲେ । ତାଙ୍କ ଶରୀର ବୁଧବାର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଗୁରୁବାର ଦିନ ସିଆରପିଏଫ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏନେଇ ସିଆରପିଏଫ କତୃପକ୍ଷ ତାଙ୍କ ପରିବାରଙ୍କୁ ଶୁକ୍ରବାର ଖବର ଦେଇଥିଲେ । ଗତକାଲି ତାଙ୍କ ମରଶରୀରକୁ ବିମାନରେ ଅଣାଯାଇ ଭୁବନେଶ୍ୱରରେ ରଖାଯାଇଥିଲା । ଆଜି ସିଆରପିଏଫ ଗାଡ଼ିରେ ତାଙ୍କ ମର ଶରୀରକୁ ନିଜ ଗ୍ରାମ ଧରିଣାକୁ ଅଣାଯାଇଥିଲା । ପାଞ୍ଚଶହ ରୁ ଉର୍ଦ୍ଧ୍ବ ବ୍ୟକ୍ତି କନ୍ଦରପୁର ଠାରୁ ବିରାଟ ଶୋଭାଯାତ୍ରାରେ ତାଙ୍କ ମର ଶରୀରକୁ ପାରାବିଲି ଦେଇ ଧରିଣାରେ ପହଞ୍ଚିଥିଲେ । ପାରାବିଲି ଠାରେ ସମିତି ସଭ୍ୟ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପ୍ରଣବଙ୍କ ମରଶରୀରକୁ ନେଇ ଆସିଥିବା କର୍ମଚାରୀ ମାନେ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ । ଗ୍ରମର ଜନସାଧାରଣ ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପାରମ୍ପରିକ ପ୍ରଥା ଅନୁସାରେ ତାଙ୍କର କାର୍ଯ୍ୟ କରାଯାଇ ଏକ ଶୋଭାଯାତ୍ରାରେ ମର ଶରୀରକୁ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା । ସେଠାରେ ତାଙ୍କୁ ସିଆରପିଏଫ ଜବାନ ମାନେ ଗାର୍ଡ଼ଅଫ ଅନର ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାଙ୍କ ବଡ଼ପୁଅ ମୁଖାଅଗ୍ନି ଦେଇଥିଲେ । ପ୍ରଣବଙ୍କ ପରଲୋକ ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Exit mobile version