
୧୯ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ନୁଆଗଡ ବ୍ଳକ ଖଜୁରିପଦା ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଖଜୁରିପଦା, ବଡପଦା, କେ, ଝାଲରସିଂ , ତିତିସିଂ ପଞ୍ଚାୟତର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ବ୍ୟାଙ୍କ ରୁଣ ଓ ସୁଧ ଫେରାସ୍ତ ବ୍ୟବସ୍ଥା ସଚେତନତା କାର୍ଯ୍ୟକ୍ରମ ମିଶନ ଶକ୍ତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥୀ ଭାବେ ଖଜୁରିପଦା ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ସାଗର ଚନ୍ଦ୍ର ଖଟୋଇ, ବଡପଦା ସମିତିସଭ୍ୟ ମାନୁଏଲ୍ ଛିଞ୍ଚାଣୀ,
ତିତିସିଂ ପଞ୍ଚାଇଇଇୟତ ସରପଞ୍ଚ ଚମ୍ପାବତି ରଇତ, ସମିତିସଭ୍ୟ ସଞ୍ଜୟ କାଜି ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ବ୍ୟାଙ୍କରଣ ନେଇ ମହିଳାମାନେ କିଭଳି ସ୍ବାବଲମ୍ବୀ ହୋଇପାରିବେ, ନେଇଥିବା ରଣକୁ ସଠିକ୍ ସମୟରେ କିଭଳି ପୈଠ କରିପାରିବେ , ଫେରସ୍ତ ବ୍ୟବସ୍ଥା ବିଷୟ ଏବଂ ମିଶନ ଶକ୍ତିର ବିଭିନ୍ନ ଯୋଜନା ବିଷୟରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧ ତାରିଖରୁ ଆରମ୍ଭ ହୋଇ କିରାମା, ସମ୍ବଲପୁର,
ପରିମଳ, ଉଦୟପୁରୁ, ବେତାରସିଂ, ଟାଙ୍ଗିଲି, ପୁଟୁରୁପଡା ତାବରଡା, ଅତରସିଂ, ପି, ଅନ୍ତରଡା, କେରେଡାଙ୍ଗ ନୁଆଗଡ ଓ ଲୁହାଙ୍ଗର ପଞ୍ଚାୟତ ମାନଙ୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମ ପଞ୍ଚାୟତର ନିର୍ବାଚନ ପ୍ରତିନିଧି ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି, ସମ୍ପାଦକ, ବ୍ୟାଙ୍କ ମୀତ୍ରଙ୍କ ସମେତ ଶତାଧିକ ମହିଳାମାନେ ଉପସ୍ଥିତ ଥିଲେ । ମିଶନ ଶକ୍ତି ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ମନୋଜ କୁମାର ପାଣି ମିଶନ ଶକ୍ତିର ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଥିବା ମହିଳାମାନଙ୍କ ସହିତ ଆଲୋଚନା କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
