ନୁଆଗଡ ବ୍ଲକ କଂଗ୍ରେସ ପକ୍ଷରୁ ପଞ୍ଚାୟତ ସମିତି କାର୍ଯାୟଳୟ ଘେରାଉ

୧୯ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି  :-> ଗଜପତି ଜ଼ିଲ୍ଲା ନୁଆଗଡ ବ୍ଲକ ଠାରେ ଆଜି ପି ସି ସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ଦାଶରଥି ଗମାଙ୍ଗଙ୍କ ଆୱା ନ କ୍ରମେ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ସତାଧିକ କର୍ମୀ ଏକ ବିରାଟ ସଭା ଯାତ୍ରା ରେ ବାହରି ବ୍ଲକ ଅଫିସ ମାନଙ୍କ ରେ ବ୍ୟାପକ ପି ସି କାରବାର ଦର ଦାମ ବୃଦ୍ଧି ନାରୀ ନିର୍ଯାତନା. ବେକାରୀ ସମସ୍ୟା ଚାଷୀ ମାରଣ ନୀତି.ଟାଟା କମ୍ପାନୀର ଖାଉଟି ବିରୋଧୀ ବିଜୁଳି ବିରୁଧରେ ବିଭିନ୍ନ ସ୍ଲୋଗାନ ମାନ ଦିଆଯାଇଥିଲା.

ଏବଂ ଜନ ପ୍ରତିନିଧିଙ୍କ କ୍ଷମତା କୁ କିପରି ସରକାରୀ କର୍ମ ଚାରି ମାନେ ବ୍ୟବହାର କରୁଛନ୍ତି ସେ ନେଇ ନେତା ମାନେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ I ବ୍ଲକ ସଭାପତି ଯାକବ ରଇତ, ସମ୍ପାଦକ ମିନ ମଣ୍ଡଳ. ଜିଲ୍ଲା ସମ୍ପାଦକ ପୁରୁଷୋତ୍ତମ ପାଣିଗ୍ରାହୀ, ଆଦିବାସୀ ଓ ସୌଉରା ସଭପତି ସଂଘର ସଭାପତି ଇଡ ମଣ୍ଡଳ ଓ ସମେତ ସତାଧିକ କର୍ମୀ ଓ ନେତା ଉପସ୍ଥିତି ଥିଲେ । ମହାମହମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସ୍ଥାନୀୟ ବିଡିଓ ଲୋକନାଥ ଶବରଙ୍କୁ ଦାବି ପ୍ରତ୍ର ପଦାନ କରିଥିଲେ ।

Exit mobile version