ନୂଆଗଡ଼ ବ୍ଲକ ସମିତି ସଭ୍ୟସଭ୍ୟା ୧୨ଦଫା ଦାବି ନେଇ ବିଡିଓଙ୍କୁ ସ୍ମାରକ ପତ୍ର ପ୍ରଦାନ

୧୯ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :->  ସମିତି ସଭ୍ୟସଭ୍ୟା ୧୨ଦଫା ଦାବି ନେଇ ବିଡିଓଙ୍କୁ ସ୍ମାରକ ପତ୍ର ପ୍ରଦାନ। ରାଜ୍ୟ ସମିତି ସଭ୍ୟାସଭ୍ୟା ସଂଘ ନିର୍ଦ୍ଧେଶ କ୍ରମେ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ସମିତି ସଭ୍ୟସଭ୍ୟା ସଂଘ ପକ୍ଷରୁ ୧୨ଦଫା ଦାବି ନେଇ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ଲୋକନାଥ ଶବରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଦାବି ଯଥା ସମିତି ସଭ୍ୟ ପାଣ୍ଠି ବାର୍ଷିକ ୨୦ଲକ୍ଷ୍ୟ କୁ ବୃଦ୍ଧି କରାଯାଉ, ପଞ୍ଚାୟତରେ ଅଫିସ ଗୃହ ଓ ନାମ ଫଳକ ତାଲିକା ବ୍ୟବସ୍ଥା କରାଯାଉ, ଗ୍ରାମ ପଞ୍ଚାୟତ ବୈଠକରେ ଯୁଗ୍ମ ସ୍ୱାକ୍ଷର ବ୍ୟବସ୍ଥା,

ମନରେଗା ଯୋଜନାରେ ସ୍ୱଚ୍ଛତା ଆଣିବା ପାଇଁ ସମିତି ସଭ୍ୟସଭ୍ୟା ମାନଙ୍କର କାଉଣ୍ଟର ଦସ୍ତଗତ ରଖାଯାଉ । ଉନ୍ନୟନ ମୂଳକ କାର୍ଯ୍ୟରେ ଚିଠିର ନକଲ ସମିତି ସଭ୍ୟ ସଭ୍ୟାଙ୍କୁ ପ୍ରଦାନ କରାଯାଉ, ମାସିକ ୨୦,୦୦୦ଟଙ୍କା ଓ ୫ବର୍ଷ କାର୍ଯ୍ୟ ଶେଷ ପରେ ୧୦, ୦୦୦ଟଙ୍କା ଅବସର ଭତ୍ତା ବ୍ୟବସ୍ଥା କରାଯାଉ, ସମିତି ସଭ୍ୟଙ୍କୁ ସ୍ବାସ୍ଥ୍ୟ ଏବଂ ଜୀବନ ବୀମା ନିମନ୍ତେ ୧୦ଲକ୍ଷ ଟଙ୍କା ଲେଖାଏ କରାଯାଉ, ପଞ୍ଚାୟତ ରାଜ ବିଭାଗରୁ ପଞ୍ଚାୟତ ସମିତିକୁ ଆସୁଥିବା ଉନ୍ନତି ମୂଳକ କର୍ଯ୍ୟ ସମିତି ସଭ୍ୟ ମାନଙ୍କ ଦ୍ଵାରା କରାଯାଉ,

ସମିତି ସଭ୍ୟ ସଭ୍ୟା ବିଜୟ ପରେ ଜିଲ୍ଲାପାଳଙ୍କ ଦ୍ଵାରା ବିଜୟ ପ୍ରମାଣ ପତ୍ର ଦିଆଯାଉ, ସମିତି ବୈଠକରେ କେବଳ ସମିତି ସଭ୍ୟ ମାନେ ହିଁ ସ୍ତାଇ ସଦସ୍ୟ ଓ ଅନସ୍ତା ଭୋଟରେ କେବଳ ସମିତି ସଭ୍ୟ ମାନେ ଭୋଟ ଦେବା ଅଧିକାର ଭଳି ଦାବି ସମୂହଁ ଅଲେଖ ରହିଛି। ସ୍ମାରକ ପତ୍ର ପ୍ରଦାନ ସମୟରେ ବ୍ଲକର ସମିତି ସଭ୍ୟସଭ୍ୟା ମାନୁଏଲ୍ ଛିଞ୍ଚାଣୀ, ଅବିତା ମଣ୍ଡଳ, ସୁଚିତା ଭୂୟାଁ, ସବିତା ରଇତ, ସୁନୀତା ପାଣି,ଗୌରୀ କୁମାରୀ ଦେବୀ, ଅର୍ଚ୍ଚନା ମଣ୍ଡଳ,କନ୍ଧୁନି ବେହେରା, ନାରାୟଣ ନାୟକ, ସଞ୍ଜୟ କାର୍ଜି, ଋତନି ରଇତ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version