ବୋଲକରା ବୈଦୁତିକ ଗଣମାଧ୍ୟମ : ବିଜେପି ନେତାଙ୍କ ନାମରେ ଅଭିଯୋଗ କଲେ – ମୃତ ନାବାଳିକାଙ୍କ ପିତା

 ରସିକିଆ ଖେଳ ଶିକ୍ଷକଙ୍କ ପ୍ରେମ ପାଠର କଳା ଗୁମର କଥା

୧୯ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> ଦିନକୁଦିନ ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା ନୂଆ ନୂଆ ମୋଡ଼ ନେଉଛି, ନାବାଳିକା ମୃତ୍ୟୁକୁ ନେଇ ବିରୋଧୀ ଦଳ ରାଜନୀତି କରି ବିଭିନ୍ନ ବିଭ୍ରାନ୍ତି କର ତଥ୍ୟ ଦେଇ ଅପପ୍ରଚାର କରୁଥିବା ମୃତା ନାବାଳିକା ପିତା ପ୍ରମୋଦ ଦାସ ଅଭିଯୋଗ କରିଛନ୍ତି, ଏଥିନେଇ ସେ ମାହାଙ୍ଗାବିଜେପି ନେତା ସାରଦା ପ୍ରଧାନ, ସମାଜ ସେବୀ ରାମଚନ୍ଦ୍ର ବେହେରା, ସାମାଜିକ କର୍ମୀ ଦିଲୀପ ସାହୁ ଓ ତାଙ୍କ ବୋଲକରା ବୈଦୁତିକ ଗଣମାଧ୍ୟମ ନାମରେ ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି, ଝିଅର ମୃତ୍ୟୁକୁ ନେଇ ସମ୍ପୃକ୍ତ ଗଣମାଧ୍ୟମ ମିଥ୍ୟ ତଥ୍ୟ ପ୍ରକାଶ କରି ଅପପ୍ରଚାର କରୁଥିବାରୁ ତାଙ୍କର ସମାଜିଜ ସଂମାନ ହାନି ହେଉଥିବାରୁ ସମ୍ପୂର୍ଣ ପରିବାର ଆତ୍ମହତ୍ୟା କରିବାକୁ ଅଭିଯୋଗରେ ଦର୍ଶାଇଛନ୍ତି,

 

ଅପର ପକ୍ଷରେ ଭାଇରଲ ଚିଠି ଲେଖା ତାଙ୍କ ଝିଅର ନୁଏ ବୋଲି ସାଧାରଣରେ ଆଲୋଚନା ହେଉଥିବାରୁ ଏହାକୁ ନେଇ ଅପପ୍ରଚାର କରୁଥିବା ଗଣମାଧ୍ୟମ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି, ଚିଠି ଟି କେଉଁଠାରୁ କେମିତି ସମ୍ପୃକ୍ତ ଗଣମାଧ୍ୟମ ପ୍ରାପ୍ତ କଲା ତାହାର ଉଛସ୍ତରୀୟ ତଦନ୍ତ କରାଗଲେ ଘଟଣାକୁ ନେଇ ରାଜନୀତି କରୁଥିବା ବ୍ୟକ୍ତିଙ୍କ ପ୍ରକୃତ ମୁଖ ଖୋଲିଯିବବୋଲି ଆଲୋଚନା ହେଉଛି, କିପରି ଭାବରେ ଜଣେ ଶିକ୍ଷକ ନବଳିକାଙ୍କ ଅସହାୟତାର ଫାଇଦା ନେଇ ତାଙ୍କୁ ପ୍ରେମ ଜାଲରେ ଫସାଇଲେ , ଏବଂ ତାର ମୃତ୍ୟୁ ପରେ ଏହାକୁ ନେଇ ଦେଇଥିବା ବିବାଦୀୟ ବୟାନ କୁ ତଦନ୍ତପରିସର ଭୁକ୍ତ କରି ପୁଲିସ ତାଙ୍କୁ ଗିରଫ କରିବାକୁ ସାଧାରଣରେ ଦାବି ହୋଇଛି, ଅପର ପକ୍ଷରେ ଜଣେ ଶିକ୍ଷକଙ୍କ କାର୍ଯ୍ୟ ହେଲା ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ପ୍ରଦନ କରି ସେମାନଙ୍କୁ ସତ ମାର୍ଗରେ ଯିବାପାଇଁ ଶିକ୍ଷା ପ୍ରଦାନ କରିବା କଥା,

 

କିନ୍ତୁ ଏହି ଘଟଣାରେ ସମ୍ପୂର୍ଣ ଭାବରେ ଓଲଟା ଶିକ୍ଷା ଦେଇ ନିଜ ଲାଳସା ମେଣ୍ଟାଇବାକୁ ମୃତ ଛତ୍ରୀଙ୍କ ଅସୁଭିଧା ର ସୁଯୋଗ ନେଇ ମୃତ୍ୟୁ ମୁହଁକୁ ଠେଲି ଦେଇଛନ୍ତି, ସବୁ ଜାଣିବା ପରେ ସଂପୃକ୍ତ ଖେଳଶିକ୍ଷକ କଣ ପାଇଁ ୫୫ ଦିନ ଯାଏ ଚୁପହୋଇ ରହିବା ସହ ବିଦ୍ୟାଳୟକୁ ଅସୁନଥିଲେ ଏହା ମଧ୍ୟରେ କି ରହସ୍ୟ ରହିଥିଲା ପୁଲିସ ତଦନ୍ତ କଲେ ସବୁ ସତ ସମ୍ନାକୁ ଆସିବ, ଜଣେ ଶିକ୍ଷକ ସ୍କୁଲ ନିକଟରେ ଥିବା ମାଳ ମାଳ ଭଡା ଘରେ ନ ରହି କଣ ପାଇଁ ମୃତ ନବଳିକାଙ୍କ ଘରେ ଭଡା ରହୁଥିଲେ ଏହା ପଛରେ କି ରହସ୍ୟ ଲୁଚି ରହିଥିଲା, କଣ ପାଇଁ ତାଙ୍କୁ ସେ ଭଡା ଘରୁ ମାଲିକ ତଡିଦେଲେ, ଓ କଣ ପାଇଁ ତାଙ୍କ ଝିଅ କୁ ବାରଣ କଲେ ଶିକ୍ଷକଙ୍କ ସହ ମିଳାମିଶା କରିବାକୁ, ଏ ସବୁ ଘଟଣାକୁ ନେଇ ପୁଲିସ ତଦନ୍ତ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି, ତୁରନ୍ତ ଏହି ମୃତ୍ୟୁ ଘଟଣାର ନାୟକ ରସିକିଆ ଖେଳ ଶିକ୍ଷକ ବନ୍ଧା ହେଉଛନ୍ତି ତା ଦେଖିବା ବାକି ରହିଲା

Exit mobile version