Home ଓଡ଼ିଶା ବୋଲଗଡ ବିଡିଓଙ୍କ ଦୁଃବ୍ୟବହାରରେ ତାତିଲା ମହିଳା ମହାସଂଘ : ବିଡିଓଙ୍କୁ ନିଲମ୍ବନ ପାଇଁ ଦାବୀ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୮ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବୋଲଗଡ଼ :-> ରାଜ୍ୟ ସରକାର ଓଡିଶାର ଅଗଣିତ ନାରୀମାନଙ୍କ ପାଇଁ ବହୁବିଧ ଯୋଜନା କରିବା ସହିତ ମିଶନଶକ୍ତି ନାମରେ ସ୍ୱତନ୍ତ୍ର ଗଢିଥିବା ସଂସ୍ଥାକୁ ଓଡିଶାର ମହିଳାମାନଙ୍କୁ ସଶକ୍ତ କରିବାପାଇଁ ପନ୍ଥା ନିର୍ଦ୍ଧାରଣ କରିଛନ୍ତି । ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ନାରୀ ସଶକ୍ତି କରଣକୁ ଗୁରୁତ୍ୱ ଦେଉଥିବାବେଳେ ସର୍ବାଙ୍ଗୀନ ଉନ୍ନତି ପାଇଁ ନିରନ୍ତର ପ୍ରୟାସ ଜାରୀ ରଖିଛନ୍ତି । ସ୍ୱୟଂସହାୟିକା ଗୋଷ୍ଠୀମାନ ଗଢି ତା ମାଧ୍ୟମରେ ବ୍ୟାଙ୍କ ଋଣ ଦେଇ ମହିଳାମାନଙ୍କୁ ସ୍ୱାବଲମ୍ବି କରି ଗଢିତୋଳିଛନ୍ତି । କିନ୍ତୁ ଶନିବାର ଖୋର୍ଦ୍ଧାଜିଲ୍ଲା ବୋଲଗଡ ବ୍ଲକରେ ସେହି ମିଶନ ଶକ୍ତିର ମାଆମାନଙ୍କୁ ନେଇ ଏକ ଅଭାବନୀୟ ପରିସ୍ଥିତି ଘଟିଯାଇଛି । ରାଜ୍ୟସରକାରଙ୍କ ବ୍ଲକ ମୁଖିଆ ମହିଳାମାନଙ୍କୁ ଦୁବ୍ୟବହାର କରିବା ସହିତ ପିସି ନଦେଲେ ସେ କୈାଣସି କାର୍ଯ୍ୟ କରାଇଦେବେ ନାହିଁ ବୋଲି ଅଭିଯୋଗ ହୋଇଛି । ସୂଚନାରୁ ଜଣାଯାଏ ଯେ, ଖୋର୍ଦ୍ଧାଜିଲ୍ଲା ବୋଲଗଡ ବ୍ଲକରେ ମିଶନ ଶକ୍ତି ତରଫରୁ ଏକ ବୋଲଗଡ ଆଞ୍ଚଳିକ ମହାସଂଘ ରହିଅଛି । ରାଜ୍ୟସରକାରଙ୍କ ଉନ୍ନତି ମୂଳକ ଯୋଜନାରେ ମିଶନଶକ୍ତିର ମହିଳାମାନଙ୍କୁ ସ୍କୁଟି ଦିଆଯିବା ପାଇଁ ପ୍ରସ୍ତାବ ରହିଅଛି । ଶନିବାର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ମହାସଂଘର ଗୃହରେ ସଂଘର ସଭ୍ୟାମାନଙ୍କ ଦ୍ୱାରା ମିଟିଙ୍ଗ ଚାଲୁଥିବା ବେଳେ କିଛି ସ୍ୱୟଂସହାୟିକା ଗୋଷ୍ଠୀର ମହିଳା ଅଭିଯୋଗ କରିଥିଲେ କି ବିଡିଓ ସ୍କୁଟି ଯୋଜନାରେ ଥିବା ଫର୍ମରେ ଦସ୍ତଖତ କରିବାକୁ ମନା କରୁଛନ୍ତି ଏବଂ କହୁଛନ୍ତି ଆପଣମାନେ ସିଧା ସିଧା ନଆସି ସେ ରଖିଥିବା ଦଲାଲଙ୍କୁ ଫର୍ମ ଦିଅନ୍ତୁ ସେ କରାଇ ଦେବେ । ଏହାର କିଛି ସମୟ ପରେ ସମସ୍ତ ସଦସ୍ୟା ସଂଘର ସଭାନେତ୍ରୀ ଏବଂ ସମ୍ପାଦିକାଙ୍କୁ ନେଇ ବିଡିଓଙ୍କୁ ଦେଖାକରିବାକୁ ଚାହିଁବାରୁ ସେ ଦେଖାକରିବାକୁ ସମୟ ନାହିଁ କହି ଧକ୍କା ଦେଇ କାର୍ଯ୍ୟାଳୟରୁ ତଡିଦେବା ସଙ୍ଗେ ସଙ୍ଗେ ଦସ୍ତଖତ କରିହେବନାହିଁ ତୁମେ ଯାହା କରିବାର ଅଛି କର ବୋଲି କହି ଆଶାଳିନ ଭାଷାରେ ଗାଳିଗୁଲଜ କରିଥିଲେ । ଏହାପରେ କାର୍ଯ୍ୟାଳୟ ଛାଡି ସେ କେଉଁ ଆଡେ ପଳାଇଯାଇଥିଲେ । ଏହାର ପ୍ରତିବାଦ କରି ୧୯ଗୋଟି ପଞ୍ଚାୟତର ମହିଳା ସଭାନେତ୍ରୀ ଓ ସମ୍ପାଦିକାମାନେ ମହାସଂଘର କାର୍ଯ୍ୟକର୍ତ୍ତାଙ୍କୁ ନେଇ ବ୍ଲକ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଡିଓ ମହାଶୟ ତାଙ୍କ କାର୍ଯ୍ୟାଳୟକୁ ମହିଳାମାନଙ୍କୁ ଏକୁଟିଆ ଡାକୁଥିବା ଏବଂ ଉତ୍ତେଜକ କଥା କହୁଥିବା, ଯେ କୈାଣସି କାର୍ଯ୍ୟ ଯଥା କୁକୁଡା ପାଳନ, ମତ୍ସ୍ୟ ଚାଷ, ଫେଡେରେସନର ଲୋନ ଆଦି କାର୍ଯ୍ୟରେ ୧୦ପ୍ରତିଶତ ପିସି ମାଗିବା, ଯେଉଁ ସ୍ୱୟଂସହାୟିକା ଗୋଷ୍ଠୀ ପିସି ନଦେଉଛି ତାକୁ ସ୍ୱତନ୍ତ୍ର ଭାବେ କଳା ତାଲିକା ଭୁକ୍ତ କରାଇବା ଏବଂ ବହୁ ହଇରାଣ ହରକତ କରିବା ଅଭିିଯୋଗ କରି ମିଶନଶକ୍ତିର ଡାଇରେକ୍ଟର ଥିବା ସୁଜାତା କାର୍ତ୍ତିକେୟନଙ୍କୁ ବିଡିଓଙ୍କୁ ତୁରନ୍ତ ନିଲମ୍ବନ ପାଇଁ ଏକ ଦାବୀ ପତ୍ର ଦେବା ସଙ୍ଗେ ବୋଲଗଡ ଥାନା ଅଧିକାରୀ ଏବଂ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଆଗାମୀ ୭ଦିନ ମଧ୍ୟରେ ଯଦି ମହିଳାମାନଙ୍କୁ ନ୍ୟାୟ ପ୍ରଦାନ କରାନଯାଏ ତେବେ ମହିଳା ଗୋଷ୍ଠୀମାନେ ସମସ୍ତେ ଯାଇ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ଅଭିଯୋଗ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ରାଜନୀତି, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026