୧୮ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଦିଲ୍ଲୀ :-> ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର (ଆର.ପି.ଓ.ପି.) ପକ୍ଷରୁ ନିକଟରେ ମହାସମାରୋହରେ ସ୍ବାଧିନତାର ଅମୃତ ମହୋତ୍ସବ ଆୟୋଜନ କରାଯାଇଛି। ଏହି ଉପଲକ୍ଷେ ଉତ୍ସବସ୍ଥଳ ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିରସ୍ଥିତ ସୁଭଦ୍ରା ମଣ୍ଡପକୁ ବେଶ ସୁନ୍ଦର ଭାବେ ସଜ୍ଜା ଯାଇଥିବା ଦେଖା ଦେଇଥିଲା। ନୂଆଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରରେ ବସବାସ କରୁଥିବା ପରିବାରର ଶତାଧିକ ସଦସ୍ୟ, କର୍ମକର୍ତ୍ତା ଓ ଶୁଭାକାଂକ୍ଷୀମାନେ ସେମାନଙ୍କର ପରିବାରବର୍ଗଙ୍କ ସହିତ ଏହି ଅବସରରେ ମନ୍ଦିର ପରିସରରେ ସମବେତ ହୋଇଥିଲେ। ମହୋତ୍ସବକୁ କେନ୍ଦ୍ର କରି ଅଂଶଗ୍ରଣକାରୀମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ, ଅପୂର୍ବ ଆନନ୍ଦ, ଅଜସ୍ର ଉଲ୍ଲାସ ଏବଂ ଅଫୁରନ୍ତ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା।
