
୧୮ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ହିଞ୍ଜିଳି ଥାନା ଗିରିଆ ନାରାୟଣପୁର ଗ୍ରାମ ନନ୍ଦ ଫେକ୍ଟ୍ରି ନିକଟରେ ଶୁକ୍ରବାର ସନ୍ଧ୍ୟା ସମୟରେ ଜଣେ ବୃଦ୍ଧଙ୍କୁ କେହି ଜଣେ ଅଜଣା ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି।ବୃଦ୍ଧ ଜଣକ ହିଞ୍ଜିଳିକାଟୁରୁ କାମ ସାରି ଏକ ଏକ୍ସିଲ ଗାଡ଼ିରେ ନିଜ ଗ୍ରାମ ଅଭିମୁଖେ ଫେରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଅଜଣା ବ୍ୟକ୍ତି ଜଣକ ତାଙ୍କୁ ଏଭଳି ମରଣାନ୍ତକ ଆକ୍ରମଣର କରିଥିବା ଜଣାପଡିଛି।

