ମୋ ଵସ ଧକ୍କାରେ ବାଇକ୍ ଆରୋହୀ ମୃତ

୧୮ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା – ଜଟଣୀ  :->  ମୋ ବସ ଚାଳକଙ୍କ ଅସାବଧାନତା ହେତୁ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ | ଜଟଣୀ ବ୍ଲକ ଅନ୍ତର୍ଗତ ପଧାନସାହି ଠାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା | ସୂଚନା ମୁତାବକ ଭୁବନେଶ୍ୱର ପଟରୁ ଜଟଣୀ ଆଡକୁ ଯାଉଥିବା ମୋ ବସ (OD33U7368) ପଧାନସାହି ଛକ ନିକଟରେ ଜଟଣୀ ପଟରୁ ଆସୁଥିବା ବାଇକ ଆରୋହୀଙ୍କୁ ସାମ୍ନା ସାମନି ପିଟିଥିଲା | ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀ ଯୁବକ ଜଣଙ୍କର ପ୍ରାଣ ବାୟୁ ଉଡି ଯାଇଥିବା ବେଳେ ମୋ ବସ ଡ୍ରାଇଭର ଓ କଣ୍ଡକ୍ଟର ଉଭୟ ଫେରାର ହୋଇ ଯାଇଛନ୍ତି |

ଘଟଣା ସ୍ଥଳରେ ଏୟାରଫିଲଡ ଥାନା ପୋଲିସ ପହଞ୍ଚି ଶବ ଜବତ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି | ମୃତ ଯୁବକ ଜଣକ ଚନ୍ଦକା ଥାନା ଅଞ୍ଚଳର ବୋଲି ପ୍ରଥମିକ ସୂଚନା ମିଳିଛି | ତେବେ ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବା ଅନୁସାରେ ମୋ ବସ ଡ୍ରାଇଭର ରାସ୍ତାର ଡାହାଣ ପଟକୁ ମାଡ଼ି ମାଡ଼ି ଚଲାଉ ଥିଲା|ଫଳରେ ବାଇକ ଆରୋହୀକୁ ଧକ୍କା ଲାଗିଥିଲା |

ଏଠାରେ ପ୍ରକାଶ ଯୋଗ୍ୟ ପୂର୍ବରୁ ମୋ ବସ ଡ୍ରାଇଭର ମାନେ ରାସ୍ତାରେ ମନ ଇଛା ଦ୍ରୁତ ଗତିରେ ଗାଡି ଚଳାଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା|ଉପରିସ୍ଥ ଅଧିକାରୀ ମାନେ କୌଣସି ଆଖି ଦୃଶିଆ ପଦକ୍ଷେପ ନେଉ ନାହାନ୍ତି | ତେବେ ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା ରୁଜୁ କରି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ତଦନ୍ତ ଜାରି ରଖିଥିବା ଜଣାପଡିଛି |

Exit mobile version