କାର୍ ଦୁର୍ଘଟଣାରେ ପାଞ୍ଚ ବର୍ଷ ର ଶିଶୁ ମୃତ ଓ ଜଣେ ଆହତ

୧୮ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା ଥାନା :-> ଜଳେଶ୍ୱରପୁର ସ୍ଥିତ ପଟାମୁଣ୍ଡାଇ କେନାଲକୁ ଓଲଟିଲା ଯାତ୍ରୀବାହୀ କାର, ଏବଂ କାର ରେ ଥିବା ଚାଳକ ଓ ଜଣେ ଯୁବକ ସହ ପାଞ୍ଚ ବର୍ଷର ଶିଶୁକୁ ଉଦ୍ଧାର କଲେ ସ୍ଥାନୀୟ ଗ୍ରାମବାସୀ , ଉଦ୍ଧାର ପାଞ୍ଚ ବର୍ଷର ଶିଶୁ ଚେତାଶୂନ୍ୟ ଅବସ୍ଥାରେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିବା ବେଳେ ଗୁରୁତର ଅବସ୍ଥାରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ପରେ କୁଅଁପାଳ ଦମକଳ ବାହିନୀ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ କେନାଲରୁ ବାହାର କରାଗଲା ଦୁର୍ଘଟଣା ଗ୍ରସ୍ତ କାର,

ଓ ଘଟଣା ସ୍ଥଳରେ ମାହାଙ୍ଗା ଆଇଆଇସି ବିଜୟ ମଲିକ ପହଂଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି, ଉଦ୍ଧାର ସମସ୍ତ ଯାତ୍ରୀ ସାଲେପୁର ଥାନା ତିଳିଦା ଗ୍ରାମର ବୋଲି ଜଣା ଯାଇଛି ।
ପଟ୍ଟାମୁଣ୍ଡାଇ ତ୍ରିବେଣୀଶ୍ୱର କେନାଲ ରେ ଜଳେଶ୍ୱରପୁର ଠାରେ ତିଳଦାର ଏକ କାର କେନାଲ ଭିତରକୁ ପଶି ଯାଇଥିଲା ଅଗ୍ନିଶମ ବିଭାଗ ପାଖରେ ପହଂଚି କାରଟିକୁ ଉଦ୍ଧାର କରି ମାହାଙ୍ଗା ଥାନା କୂ ହସ୍ତାନ୍ତର କରିଛି ପାଞ୍ଚ ବର୍ଷ ର ପୁଅ ଟି ଚେତା ଶୂନ୍ୟ ଅବସ୍ଥାରେ ମେଡିକାଲ ରେ ଭର୍ତ୍ତୀ କରାଯାଇଥିବା ବେଳେ ଶିଶୁ ଟିର ଦେହାନ୍ତ ହୋଇଯାଇଛି ।

Exit mobile version