ପଦ୍ମଶ୍ରୀ ଡ. ସତ୍ୟନାରାୟଣ ରାଜଗୁରୁ ଙ୍କ ୧୨୧ତମ ଜୟନ୍ତୀ ଅବସରରେ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

୧୮ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଓଡିଆ ଭଣ୍ଡାରି ସାହି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସମ୍ମିଳନୀ କକ୍ଷ ଠାରେ ପଦ୍ମଶ୍ରୀ ଡଃ.ସତ୍ୟନାରାୟଣ ରାଜଗୁରୁଙ୍କ ୧୨୧ ତମ ଜୟନ୍ତୀ ଉପଲକ୍ଷେ ଓଡିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ ତଥା ରକ୍ତ ଦାନ ଶିବିର ଅନୁଷ୍ଟିତ ହୋଇଯାଇଛି ଏବଂ ୨୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ଏହି ଅବସରରେ ହାଇଟେକ ଗୃପ ଅଧ୍ୟକ୍ଷ ତଥା ବରିଷ୍ଟ ନେତା ଡଃ. ତିରୁପତି ପାଣିଗ୍ରାହୀ,ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଲା ସେଠୀ, ପୌର ଉପାଧ୍ୟକ୍ଷ ଲେଙ୍କା ମଧୁ ,ଗଜପତି ଜିଲ୍ଲା ଜୀବନବିନ୍ଦୁ କୋର୍ଡିନଟର ଶ୍ରୀମତୀ ଇନ୍ଦିରା ପଟ୍ଟନାୟକ, ପାରଳାଖେମୁଣ୍ଡି ପୌରପରିଷଦର ବିଭିନ୍ନ ୱର୍ଡ ରୁ ଆସିଥିବା କାଉନ୍ସିଲର ଓ ସ୍ଥାନୀୟ ଜନସାଧାରଣ ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version