ଭୁଜାଲିରେ ମରଣାତ୍ମକ ଆକ୍ରମଣ ରେ SCD ରେ ମୃତ୍ୟୁ ସହ ସଂଗ୍ରାମ କରୁଛି ବିକାଶ

୧୮ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ରଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ହରିପୁର ସାହିରେ ଭୁଜାଲି ଦ୍ବାରା ରକ୍ତାକ୍ତ ଆକ୍ରମଣରେ ଶିକାର ହୋଇଥିବା ବିକାଶ ଚନ୍ଦ୍ର ମଲ୍ଲିକ ଏବେ କଟକ SCB ହସ୍ପିଟାଲ ରେ ମୃତ୍ୟୁ ସହ ସଂଗ୍ରାମ କରୁଅଛି ।ଖବର ନେବାରୁ ଜଣା ପଡ଼ିଛି ଯେ ବିକାଶ ଚନ୍ଦ୍ର ମଲ୍ଲିକ କଟକ ବଡ଼ ମେଡ଼ିାଲରେ ଚିକିତ୍ସା ଧିନ ଅବସ୍ଥାରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ଅର୍ଥ ଅଭାବରୁ ଚିକିତ୍ସା ରେ ବାଧକ ସାଜୁଛି ବୋଲି ଅଭିଯୋଗ। ସାବରଙ୍ଗ ଥାନା ପୋଲିସ୍ କେବଳ ମାମଲା ରୁଜୁ କରି ଥିଲେ ମଧ୍ଯ ଅଭିଯୁକ୍ତ ଆସାମୀ ମାନଙ୍କୁ ନଧରି ଚୁପ୍ ବସିଛି ବୋଲି ପରିବାର ପକ୍ଷରୁ ସଫେଇ ଦିଆଯାଇଛି।ବିକାଶ ପରିବାର ଏବେ ଦୁଃଖ ଚିନ୍ତା ରେ ଭାଙ୍ଗି ପଡିଛନ୍ତି।

ସାବରଙ୍ଗ ଥାନା ହରିପୁର ସାହିରେ ସ୍ବାମୀ ସ୍ତ୍ରୀ ଙ୍କ ଆକ୍ରମଣରେ ଅକର୍ମଣ୍ୟ ହେଲେ ବିକାଶ ଚନ୍ଦ୍ର ମଲ୍ଲିକ ଭୁଜାଲି ଦ୍ବାରା ରକ୍ତ ଯୁଡ଼ିବୁଡୁ ଅବସ୍ଥାରେ ପ୍ରଥମେ ଭଦ୍ରକ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି ହୋଇଥିଲେ ।ତାଙ୍କର ଅବସ୍ଥା ଗୁରୁତର ହେବାରୁ ବିକାଶ କୁ କଟକ ର SCB ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା ।ତାଙ୍କର ଅବସ୍ଥା ଏବେ ଗୁରୂତର ରହିଛି । ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଏମିତି ଘଟଣା ଘଟିଚି ବୋଲି ଯାହା ଅନୁମାନ କରାଯାଉଛି।ସୂଚନା ମୁତାବକ ସତ୍ୟନାରାୟଣ ମଲ୍ଲିକ ଏବଂ ତାଙ୍କ ସ୍ତ୍ରୀ ଦିପ୍ତିମୟୀ ମଲ୍ଲିକ ଙ୍କ ସହ ବିକାଶ ଚନ୍ଦ୍ର ମଲ୍ଲିକ ଙ୍କ ସହ ଅନେକ ସମୟରେ ବିଭିନ୍ନ କାରଣ ରୁ ବିବାଦ ଲଗିରାହୁଥିଲା।

କିନ୍ତୁ ହଟାତ୍ କୌଣସି କାରଣ ରୁ ଉଭୟ ମଧ୍ୟରେ ଝଗଡା ହେବାରୁ ବିକାଶ ଚନ୍ଦ୍ର ମଲ୍ଲିକ ଙ୍କୁ ସଂଘ ବଦ୍ଧ ଭାବେ ଅତି ନୃଶଂସ ଭାବେ ପେଟକୁ ଭୁଜାଲି ଏବଂ ଗାମୁଛାରେ ପଥର ଭର୍ତି କରି ପେଟକୁ ଆକ୍ରମଣ କରିଛନ୍ତି ବୋଲି ଥାନାରେ ଅଭିଯୋଗ ହୋଇଛି ।କିନ୍ତୁ ସତ୍ୟନାରାୟନ ମଲ୍ଲିକ ଏବଂ ଦିପ୍ତିମୟି ମଲ୍ଲିକ ଏମାନେ ସରକାରୀ କର୍ମଚାରୀ ହୋଇଥିବାରୁ ପୋଲିସ ତାଙ୍କୁ ଗିରଫ ନକରି ଏକତରଫା ତଦନ୍ତ କରୁଛି ବୋଲି ବିକାଶ ଚନ୍ଦ୍ର ମଲ୍ଲିକ ଏବଂ ତାଙ୍କ ପରିବାର ଅଭିଯୋଗ କରିଛନ୍ତି ।

Exit mobile version