ମୁକୁନ୍ଦ ପୁର ଗ୍ରାମରେ ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତଙ୍କ ନେତୃତ୍ବରେ ଏକ ବୃକ୍ଷରୋପଣ

ବୃକ୍ଷ ରୋପଣ କରି ସଚେତନ ବାର୍ତ୍ତା ଦେଲେ ଚମ୍ପୁଆ ବିଧାୟିକା

୧୭ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚମ୍ପୁଆ :-> ଚମ୍ପୁଆ ବ୍ଲକର କଦୋଗାଡିଆ ପଞ୍ଚାୟତ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ମାନ୍ୟବର ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତଙ୍କ ନେତୃତ୍ବରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନିଜ ନିର୍ବାଚନ ମଣ୍ଡଳୀର ସୁଖ ରେ ଦୁଃଖ ରେ ସାଥି ହେଉଥିବା ବିଧାୟିକା ବୃକ୍ଷ ରୋପଣ ଆଗାମୀ ଭବିଷ୍ୟତ ପାଇଁ କେତେ ମହତ୍ତ୍ଵପୂର୍ଣ୍ଣ ତାହା ବୁଝାଇଛନ୍ତି ।ଆଜି କାଲି ପ୍ରଦୂଷିତ ବାୟୁ କୁ ରୋକିବାକୁ ହେଲେ ଖରା ଦାଉରୁ ନିଜକୁ ରକ୍ଷା କରିବାକୁ ହେଲେ ଭବିଷ୍ୟତ ପାଇଁ ଗୋଟିଏ ବୃକ୍ଷ ରୋପଣ କରିବା ପାଇଁ ସଚେତନ ବାର୍ତ୍ତା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶ୍ରୀମତି ମଞ୍ଜୁଲତା ନାଏକ,ଚମ୍ପୁଆ ବନ ବିଭାଗ ଅଧିକାରୀ ଙ୍କ ସମେତ ଗ୍ରାମର ଶତାଧିକ ମହିଳା ମାନଙ୍କ ଯୋଗଦାନରେ ୧୨୦ ଟି ଉପକାରୀ ଦୃମ ଗଛ ରୋପଣ କରିଥିଲେ । ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବର , ଶାଗୁଆନ , ପିଆଶାଳ , ଶିଶୁ ଭଳି ବହୁ ଉପକାରୀ ଗଛ ର ଚାରା ରୋପଣ କରାଯାଇଥିଲା ।

Exit mobile version