ଫସଲ ହାନିରୁ ନେଇ ଚାଷୀର ଆମହତ୍ୟା

୧୭ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ )ଆର,ଉଦୟଗିରି :-> ମୋହନା ବ୍ଳକ ଅଡବା ଥାନାର ଫଟାଚାଞ୍ଚଡା ଗ୍ରାମରେ ଜଣେ ଫସଲ ହାନି ନେଇ ଚାଷୀ ଆମହତ୍ୟା କରିଥିବା ଜଣାପଡିଛି । ସେ ହେଉଛନ୍ତି ଗୌରଚନ୍ଦ୍ର କାଜି । ଲଗାତାର ଫସଲ ହାନୀ ହେଉଥିବା ବେଳେ ସାହୁକାର ନିକଟରୁ ରୁଣ କରଜ କରି ଚାଷ କରିଥିଲେ । କାରଣ ଜମିରେ ମଞ୍ଜି ପକାଇବା ପରେ ଭଲ ଗଜା ହୋଇନଥିବାର ଦେଖିପରେ ସେଥିଲାଗି ସେ ଚିନ୍ତାରେ ରହୁଥିଲେ ବୋଲି ପରିବାର ଲୋକେ କହିଛନ୍ତି ।

ମଙ୍ଗଳବାର ରାତିରେ କାଟନାଶକ ପିଇ ଦେଇଥିଲେ । ତାଙ୍କୁ ପ୍ରମେ ମୋହନା ମେଡିକାଲକୁ ଆଣିଥିଲେ । ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ମୋହନା ତହସିଲଦାର ହିମାଂଶୁ ଭୂଷଣ ପଲାଇ , ଅଡବା ଆରଆଇ ଓ ଅଡବା ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

Exit mobile version