ବୁର୍ଲା : ଦେଶୀବନ୍ଧୁକ ଓ ଜୀବନ୍ତ ଗୁଳି ଜବତ – ଯୁବକ ଗିରଫ

୧୭ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବୁର୍ଲା :-> ବୁର୍ଲା ଥାନା ପୁଲିସ ସନ୍ଦିଗ୍ଧ ଅବସ୍ଥାରେ ଜଣେ ଦୁର୍ବୃତ୍ତକୁ ଦେଶୀବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି ଏବଂ ଫୁଟା ଗୁଳି ସହିତ ଗିରଫ କରିବାରେ ସଫଳ ହୋଇଛି । ପୁଲିସ ସୂଚନା ମୁତାବକ, ମୁଣ୍ଡୋଘାଟ ବ୍ରିଜ୍ ନିକଟରୁ ସୁଦାମ ସତନାମୀ ନାମକ ଯୁବକକୁ ପୁଲିସ ସନ୍ଦିଗ୍ଧ ଅବସ୍ଥାରେ ଗିରଫ କରିଛି । ଉକ୍ତ ଯୁବକଠାରୁ ଏକ ଦେଶୀବନ୍ଧୁକ ପୁଲିସ ଜବତ କରିବା ସହିତ ଏକ ଅଫୁଟା ଜୀବନ୍ତ ଗୁଳି ଏବଂ ଫୁଟା ଗୁଳିର ଖୋକା ଜବତ କରିଛି ।

ତେବେ ଯୁବକ ଜଣକ କୌଣସି କାଣ୍ଡ ଭିଆଇବା ପାଇଁ ଏଠାକୁ ଆସିଥିଲା ଏବଂ ଫୁଟା ଗୁଳିର ରହସ୍ୟ ବର୍ତ୍ତମାନ ସୁଦ୍ଧା ଉନ୍ମୋଚନ ହୋଇ ପାରିନଥିବା ପୁଲିସ ସୂଚନା ଦେଇଛି । ଯୁବକ ଜଣକର ଘର କେଉଁଠି ତାହା ମଧ୍ୟ ସ୍ପଷ୍ଟ ହୋଇ ପାରିନାହିଁ । ୧୫ ତାରିଖରେ ଉକ୍ତ ଯୁବକକୁ ପୁଲିସ ଗିରଫ କରିଥିବା ସୂଚନା ବୁର୍ଲା ଥାନାଧିକାରୀ ଅନୀଲ କୁମାର ପ୍ରଧାନ ଦେଇଛନ୍ତି । ଦୁର୍ବୃତ୍ତ ସୁଦାମଙ୍କୁ କୋର୍ଟକୁ ଚାଲାଣ କରି ଦିଆଯାଇଛି ।

Exit mobile version