Home ଓଡ଼ିଶା ରାୟଗଡ଼ା ଜିଲ୍ଲା କାଶିପୁର ଖଣି ଅଂଚଳରେ ବ୍ରିଟିଶ ରାଜ ଭଳି ଗୁଣ୍ଡା ରାଜ କରୁଛି ମୈତ୍ରୀ କମ୍ପାନୀ : କମ୍ପାନୀକୁ ବିରୋଧ କଲେ ହେଉଛି ପୋଲିସ କାର୍ଯ୍ୟାନୁଷ୍ଠାନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୭ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାୟଗଡ଼ା :-> ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ର ଖଣି ଖନନ ପାଇଁ ବ୍ରିଟିଶ ରାଜ କରୁଛି ମୈତ୍ରୀ କମ୍ପାନୀ । ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ବଦଳରେ ଜୋର ଜବରଦସ୍ତି ପଶି ଲୋକଙ୍କୁ ଧମକଚମକ ଦେଉଛି । ଏହିଭଳି ଅଭିଯୋଗ କରିଛନ୍ତି ସୁଙ୍ଗେର ପଞ୍ଚାୟତ ର ବନ୍ତେଜି, କଣ୍ଟାମାଳ ଓ ସରାମବାଇ ଅଞ୍ଚଳ ର ନିରୀହ ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଲୋକେ । ମୈତ୍ରୀ କମ୍ପାନୀ କତୃପକ୍ଷଙ୍କ ଗୁଣ୍ଡାଗର୍ଦ୍ଦି ଓ ପୋଲିସ ପ୍ରଶାସନର ଜୁଲମକୁ ବିରୋଧ କରି ସୁଙ୍ଗେର ପଞ୍ଚାୟତ ର ବନ୍ତେଜି, ସରାମବାଇ, କଣ୍ଟାମାଳ ଆଦି ଗ୍ରାମର ୩୦ରୁ ଉଧ୍ୱର୍ ମହିଳା ଜିଲାପାଳଙ୍କୁ ଅଭିଯୋଗ ପାଇଁ ବୁଧବାର ରାୟଗଡ଼ା ଆସିଥିଲେ । ତେବେ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ନୂତନ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଏନେଇ ସେ ଜିଲାପାଳଙ୍କୁ ଅବଗତ କରାଇବା ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଅପରପକ୍ଷେ ଆସିଥିବା ନିରୀହ ମହିଳାମାନେ ଆମ ସ୍ୱାମୀ, ପୁଅମାନଙ୍କୁ ନଫେରାଇବା ପର୍ଯ୍ୟନ୍ତ ଯିବୁ ନାହିଁ ବୋଲି କହିଛନ୍ତି । ଅଂଚଳବାସୀ କହିଛନ୍ତି ଯେ, ମୈତ୍ରୀ କମ୍ପାନୀ ଅଂଚଳବାସୀଙ୍କ ସହ ଆଲୋଚନା ବା ଗ୍ରାମସଭା ନକରି ସିଧାସଳଖ ଅଂଚଳରେ ପଶି ଅଂଚଳବାସୀଙ୍କୁ ଭୟଭୀତ କରୁଛନ୍ତି । ସିଜିମାଳି ଖଣି ଖନନ ନେଇ ସରପଂଚ ମଧ୍ୟ ଅଂଚଳବାସୀଙ୍କୁ କିଛି ଅବଗତ କରିନାହାଁନ୍ତି । ଅପରପକ୍ଷେ ଅଞ୍ଚଳବାସୀ ବିରୋଧ କରିବାରୁ ଅଞ୍ଚଳର କିଛି ଯୁବକଙ୍କୁ ପୋଲିସ ଉଠାଇ ନେଇଥିବା ସେମାନେ ଦେଖିଛନ୍ତି ବୋଲି କହିଛନ୍ତି । ପୋଲିସ ରାତି ସମୟରେ ଆସି ଘର କବାଟ ଜୋରଜବରଦସ୍ତି କାଡ଼ି ଆମ ଘରର ପୁରୁଷମାନଙ୍କୁ ଉଠାଇ ନେଇଛି ବୋଲି ଅଭିଯୋଗ କରିଛନ୍ତି । ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ପୋଲିସ ପ୍ରଶାସନ ଜନସାଧାରଣଙ୍କ ପାଇଁ ନା କମ୍ପାନୀ ପାଇଁ । ଆମ ଦୁଃଖ କେହି ବୁଝୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ଏଭଳିକି ଜଣେ ମହିଳାଙ୍କ ୧୦ ମାସର ଛୁଆ ରୋଗାକ୍ରାନ୍ତ ରହିଥିବା ବେଳେ ତାଙ୍କ ସ୍ୱାମୀ ଉମାକାନ୍ତ ନାଏକଙ୍କୁ ପୋଲିସ ଉଠାଇ ନେଇଛି ବୋଲି ଅଭିଯୋଗ କରିଛନ୍ତି । ଯାହା ଫଳରେ ସେ ନିଜ ଛୁଆର ଅଧିକ ଚିକିତ୍ସା ପାଇଁ ହସ୍ପିଟାଲ ଯାଇପାରୁନଥିବା ଅଭିଯୋଗ କରିଛନ୍ତି । ସିଜିମାଳି ଅଞ୍ଚଳରୁ ଖଣି ଖନନ ହେଲେ ଅଞ୍ଚଳବାସୀଙ୍କ ଜୀବନଜୀବିକା ମଧ୍ୟ ପ୍ରଭାବିତ ହେବ ବୋଲି କହିଛନ୍ତି ଅଞ୍ଚଳବାସୀ । ଯଦି ଆମ ଅଞ୍ଚଳରେ କମ୍ପାନୀ ହେବ ନାହିଁ ଏବଂ ଖଣି ଖନନ ହେବ ତେବେ ଅଂଚଳର କିଛି ବିକାଶ ହେବ ନାହିଁ ବୋଲି କହିଛନ୍ତି ଅଞ୍ଚଳବାସୀ । ପ୍ରକାଶ ଥାଉକି, ଗତ ଦିନରେ ମୈତ୍ରୀ କମ୍ପାନୀ ଖଣି ଅଂଚଳକୁ ବହୁ ଥର ଗସ୍ତ କରିଥିବା ବେଳେ ଅଂଚଳବାସୀ ଏହାକୁ ବିରୋଧ କରିଥିଲେ । ହେଲେ ସୋମବାର ଅଂଚଳବାସୀ ବିରୋଧ କରିଥିବା ବେଳେ କମ୍ପାନୀ କତୃପକ୍ଷ ଅଂଚଳକୁ ଆଉ ଯିବେ ନାହିଁ । ଅଂଚଳବାସୀ ଯେଉଁଦିନ ଆଲୋଚନା ପାଇଁ ଡାକିବେ ସେହିଦିନ ଯିବେ ବୋଲି ଏକ ଧଳା କାଗଜରେ ଲିଖିତ ଆକାରରେ ଦେଇଥିଲେ । ତେବେ ଏହାପରେ ପୋଲିସ ଉକ୍ତ ଅଂଚଳରେ ଛାଉଣୀ ମାରିବା ସହିତ ଅଂଚଳରୁ ବହୁ ଯୁବକଙ୍କୁ ଉଠାଇ ଆଣିଥିବା ଅଭିଯୋଗ କରିଛନ୍ତି ଅଂଚଳବାସୀ । ପୂର୍ବରୁ ପରମାନନ୍ଦ ନାଏକ ନାମକ ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟମାନେ କେଉଁଠାରେ ଅଛନ୍ତି ପଚାରିଲେ ପୋଲିସ କହୁନାହିଁ ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି । ଯାହା ଫଳରେ ସେମାନଙ୍କ ପରିବାରବର୍ଗ, ସ୍ତ୍ରୀ, ପିଲାଛୁଆ ସମସ୍ତେ ଏକପ୍ରକାର ଭୟଭୀତ ଅବସ୍ଥାରେ ରହିଛନ୍ତି । ଅଂଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ବନ୍ତେଜି ଗ୍ରାମର ଉମାକାନ୍ତ ନାଏକ, ଜିତେନ୍ଦ୍ର ନାଏକ ଓ ନିରଞ୍ଜନ ନାଏକ, ସରାମବାଇ ଗ୍ରାମର ବାମନୁ ମାଝି ଓ କଂଟାମାଳ ଗ୍ରାମର ନିଧନ ନାଏକ ପ୍ରମୁଖଙ୍କୁ ପୋଲିସ ଉଠାଇ ନେଇଛି । କାହାକୁ ରାସ୍ତାରୁ ଉଠାଇ ନେଇଛି ତ ଆଉ କାହାକୁ ରାତିରେ ଘରୁ ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ଅଂଚଳବାସୀ । ବନ୍ତେଜି ଗ୍ରାମର ଉମାକାନ୍ତ ନାଏକଙ୍କ ପତ୍ନୀ କହିଛନ୍ତି ଇନ୍ଦୁ ନାଏକ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କୁ ପୋଲିସ ଘରୁ ଉଠାଇନେଇଥିଲା । ପୋଲିସ ଉକ୍ତ ଦିନ ଇନ୍ଦୁଙ୍କ ପିନ୍ଧା ବସ୍ତ୍ରରେ ବାଡ଼ି ଲଗାଇଥିବା ମଧ୍ୟ ଅଭିଯୋଗରେ ଉଲେଖ କରିଛନ୍ତି । ଉଠାଇ ନେବା ପରେ କେଉଁଠି ରଖିଛି ତାହା ଜଣାପଡ଼ୁନାହିଁ । ଏନେଇ ସେ କାଶୀପୁର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ପୋଲିସ କହୁଛି ଆମେ କିଛି ଜାଣିନାହୁଁ । ତେବେ ତାଙ୍କ ଛୋଟ ନବଜାତ ଶିଶୁ କନ୍ୟାର ରକ୍ତ ପରିଶ୍ରା ହେଉଛି । ଡାକ୍ତର ଉଚ୍ଚ ଚିକିତ୍ସା କରିବାକୁ କହିଛନ୍ତି । ହେଲେ ମୋ ସ୍ୱାମୀଙ୍କୁ ପୋଲିସ ଗିରଫ କରିନେଇଥିବାରୁ ବର୍ତମାନ ମୋ ଝିଅର ଅବସ୍ଥା ଶଙ୍କଟାପନ୍ନ । ମୈତ୍ରୀ କମ୍ପାନୀ ଅଂଚଳବାସୀ ନଡାକିବା ପର୍ଯ୍ୟନ୍ତ ଆଲୋଚନା ପାଇଁ ଆସିବେ ନାହିଁ ବୋଲି ଲିଖିତ ଦେଇଥିବା ବେଳେ ପୋଲିସ କାହିଁକି ମୋ ସ୍ୱାମୀ ଓ ଅନ୍ୟମାନଙ୍କୁ ଉଠାଇ ନେଇଛି ବୋଲି ପ୍ରଶ୍ନ କରିଛନ୍ତି ଇନ୍ଦୁ ନାଏକ । ସେହିଭଳି ବନ୍ତେଜି ଗ୍ରାମର ନିରଞ୍ଜନ ନାଏକଙ୍କ ପତ୍ନୀ କ୍ରିଷ୍ଣା ନାଏକ ମଧ୍ୟ ଅଭିଯୋଗ କରିଛନ୍ତି ଯେ, କ୍ରିଷ୍ଣା ଓ ତାଙ୍କ ଝିଅ ଆଖିଧରା ରୋଗରେ ଆକ୍ରାନ୍ତ । ରାତିରେ ଘରେ ଶୋଇଥିବା ସମୟରେ ପ୍ରାୟ ୨୦ରୁ ୩୦ଜଣ ପୋଲିସ ଘର ତାଲା ଭାଙ୍ଗି ଭିତରେ ପଶି କ୍ରିଷ୍ଣା ଓ ତାଙ୍କ ଝିଅକୁ ଠେଲି ଦେଇ ନିରଞ୍ଜନକୁ ଘୋଷାଡ଼ି ଘୋଷାଡ଼ି ଟାଣି ନେଇଥିବା ଅଭିଯୋଗ କରିଛନ୍ତି କ୍ରିଷ୍ଣା । ସେହିଭଳି ଜିଲାପାଳଙ୍କୁ ଭେଟିବାକୁ ଆସିଥିବା ଅନ୍ୟ ମହିଳାମାନେ ମଧ୍ୟ ମୈତ୍ରୀ କତୃପକ୍ଷ ଓ ପୋଲିସ ମିଳିତ ଭାବେ ଅଂଚଳବାସୀଙ୍କୁ ଧମକ ଦେଉଥିବା, ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି । ପୋଲିସ ଓ କମ୍ପାନୀ ଗୁଣ୍ଡାଙ୍କ ଭୟରେ ଅଂଚଳର ଯୁବକମାନେ ଭୟଭୀତ ହୋଇ ଗାଁ ଛାଡ଼ି ବଣଜଙ୍ଗଲରେ ଲୁଚି ବୁଲୁଛନ୍ତି । ଯାହା ଫଳରେ ଘରେ ରହିଥିବା ମହିଳା ଓ ଛୋଟ ଛୋଟ ଶିଶୁମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମହିଳାମାନେ କହିଛନ୍ତି ଯେ, ପୋଲିସ ଜନସାଧାରଣଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ହେଲେ ଏହାର ସମାଧାନ କରିବା ସହିତ ସୁରକ୍ଷା ଯୋଗାଇଥାଏ । ହେଲେ ବର୍ତମାନ ପରିସ୍ଥିତିରେ ପୋଲିସ ଜନସାଧାରଣଙ୍କ ଉପରେ ଜୁଲମ କରୁଛି ବୋଲି କହିଛନ୍ତି ଅଂଚଳର ମହିଳାମାନେ । ତେଣୁ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ମିଥ୍ୟା ମାମଲାରେ ପୋଲିସ ଉଠାଇନେଇଥିବା ଯୁବକମାନଙ୍କୁ ନିର୍ଦ୍ଦୋଷ ଓ ନିଃସର୍ତରେ ଖଲାସ କରିବା ପାଇଁ ଅନୁରୋଧ କରିଛନ୍ତି । ଅପରପକ୍ଷେ ଆମେ ଏନେଇ ସୁଙ୍ଗେର ପଂଚାୟତ ସରପଂଚ ଶର୍ମିଳା ମାଝିଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ସ୍ୱାମୀ ଗୁନାସିଂ ମାଝି ଫୋନ ଉଠାଇଥିଲେ । ସେ କହିଛନ୍ତି ଯେ, ସିଜିମାଳି ଖଣି ବେଦାନ୍ତକୁ ମିଳିଛି ଏବଂ ଏହି କାମ ମୈତ୍ରୀକୁ ଦିଆଯାଇଛି ବୋଲି ମୈତ୍ରୀ କତୃପକ୍ଷ କହିଛନ୍ତି । ତେବେ ମୈତ୍ରୀ କମ୍ପାନୀ ଏନେଇ କୌଣସି ନଥିପତ୍ର ସରପଂଚଙ୍କୁ ଦେଖାଇନାହାଁନ୍ତି କି ସରପଂଚ କୌଣସି ଅନୁମତି ଦେଇନାହାଁନ୍ତି କମ୍ପାନୀକୁ । ଅପରପକ୍ଷେ ପୋଲିସ ଏହିଭଳି ଉଠାଇ ନେବା ଉଚିତ ନୁହେଁ ବୋଲି କହିଛନ୍ତି । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ by Proprietor Abhimanyu Maharana April 26, 2026 ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ "ମହକ" ଉଦଘାଟିତ by Proprietor Abhimanyu Maharana April 26, 2026 ଶ୍ରୀରାମ ମନ୍ଦିର,ବାନ୍ଧନଘୋରରେ ପବିତ୍ର ସୀତା ନବମୀ ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana April 26, 2026 ବାସନ୍ତୀ ମଡେଲ ଅପର ପ୍ରାଥମିକ ବିଦ୍ୟାଳୟର ମୁଖ୍ୟଶିକ୍ଷକଙ୍କ ବିଦାୟ ସମାରୋହ by Proprietor Abhimanyu Maharana April 26, 2026 Department of Home Science Organizes Workshop on Mushroom Cultivation and Enterprise Development by Proprietor Abhimanyu Maharana April 25, 2026 ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ by Proprietor Abhimanyu Maharana April 25, 2026