
୧୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> ଚିତ୍ତରଞ୍ଜନ ସେବା ସଦନ ଓ ରୀମା କ୍ରିଏସନ୍ ପକ୍ଷରୁ ନିଆଳି ଠାରେ ପତକା ଉତ୍ତୋଳନ ଉତ୍ସବ ପାଳନ କରାଯାଇଛି । ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚିତ୍ତରଞ୍ଜନ ସେବା ସଦନ ନିଆଳିରେ ପତକା ଉତ୍ତୋଳନ କରିଥିବା ବେଳେ ବରିଷ୍ଠ ଅଭିନେତା ଶ୍ରୀଯୁକ୍ତ ସମୀର ତ୍ରିପାଠୀ ରୀମା କ୍ରିଏସନ୍ ଟୋଲା ଗୋପୀନାଥ ପୁର ରେ ପତକା ଉତ୍ତୋଳନ କରିଥିଲେ ।
ଅନୁଷ୍ଠାନର ଅନ୍ୟତମ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଭାକର ଦୀକ୍ଷିତ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ଅଭିଭାଷଣ ରଖିଥିଲେ ଏବଂ ଶେଷରେ ଅନୁଷ୍ଠାନ ର ମୁଖ୍ୟ ଡ଼ାକ୍ତର ଚିତ୍ତରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଚିତ୍ତରଞ୍ଜନ ସେବା ସଦନର ସମସ୍ତ କର୍ମଚାରି ମାନେ ଯୋଗ ଦେଇ ଏହି ସ୍ବାଧୀନତା ଦିବସକୁ ପାଳନ କରିଥିଲେ ।
ସେହିପରି ନିଆଳିର ବରିଷ୍ଠ ନାଗରିକ ମଞ୍ଚ , ନିଆଳି ସରସ୍ଵତୀ ଶିଶୁ ମନ୍ଦିର , ନିଆଳି ସରକାରୀ ହାଇସ୍କୁଲ , ପ୍ରାଚୀ ମହିଳା ମହବିଦ୍ୟାଳୟ , ନିଆଳି ମହାବିଦ୍ୟାଳୟ , ଅଡଶପୁର ସ୍ଥିତ ଉଦୟନାଥ ସ୍ଵୟ° ଶାସିତ ମହାବିଦ୍ୟାଳୟ , Rk ଶିକ୍ଷା ଅନୁଷ୍ଠାନ , ସୁନ୍ଦର ଗ୍ରାମ ସ୍ଥିତ ଦଧିଚି ଗ୍ରୁପ ଶିକ୍ଷା ଅନୁଷ୍ଠାନ , କୁଷକଣ୍ଟା ସ୍ଥିତ ସନ୍ଥ ଗୋସ୍ୱାମୀ ବାହୁଡା଼ ଦାସଙ୍କ ପୀଠ ପ୍ରଭୁତି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୭୭ ତ୍ତମ୍ ସ୍ଵାଧୀନତା ଦିବସ ମହସମାରୋହରେ ପାଳିତ ହୋଇ ଯାଇଛି ।
