୧୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ରାଜ୍ୟରେ ୭୭ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ,ଓଡ଼ିଶା ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଥିବା ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି।ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ପରିସରରେ ୧୪୧୨ ଜଣ ନୂତନ ହିତାଧିକାରୀଙ୍କୁ ନଗଦ ଟଙ୍କା ୧ମ କିସ୍ତିରେ ପ୍ରଦାନ କରାଯାଇଛି।ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ଓଡ଼ିଶା ରାଜ୍ୟ କୃଷି ବିପଣନ ମଣ୍ଡଳୀ ଉପଦେଷ୍ଟା ତଥା ପ୍ରମୁଖ ସଚିବ ସୁରେନ୍ଦ୍ର ନାଥ ପ୍ରଧାନ,ଗଞ୍ଜାମ ଜିଲ୍ଲା ଯୋଜନା କମିଟି ବିଶେଷଜ୍ଞ ସଦସ୍ୟ ଏନ. ରଘୁନାଥ,ଜିଲ୍ଲା ପରିଷଦ ସଭ୍ୟ ଏ. ସୁଦର୍ଶନ ଓ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।
ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାରେ ଉପକୃତ ହୋଇଥିବା ହିତାଧିକାରୀ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିବା ପାଇଁ ଅତିଥିମାନେ ଅନୁରୋଧ କରିଥିଲେ।ସ୍ଥାନୀୟ ବ୍ଲକର ୨୧ଟି ପଞ୍ଚାୟତରେ ନୂତନ ଭାବେ ସାମିଲ ହୋଇଥିବା ୯୦୩ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା,୩୪୧ଜଣ ବିଧବା ଭତ୍ତା,୧୩୪ଜଣ ଭିନ୍ନକ୍ଷମ ଭତ୍ତା ଓ ୩୪ ଜଣଙ୍କୁ ଅବିବାହିତା ମହିଳା ଭତ୍ତାର ପ୍ରଥମ କିସ୍ତି ନଗଦ ରାଶି ପ୍ରଦାନ କରାଯାଇ ଥିଲା।ସ୍ଥାନୀୟ ବ୍ଲକର ରାଳବ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ରଶ୍ମିତା କୁମାରୀ ପ୍ରଧାନ ମଧୁବାବୁ ପେନସନ ଯୋଜନାରେ ପଞ୍ଚାୟତର ନୂତନ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଭତ୍ତା ରାଶି ପ୍ରଦାନ କରିଥିଲେ।ଅନୁରୂପ ଭାବେ ଚାନ୍ଦୁଲି ପଞ୍ଚାୟତରେ ସରପଞ୍ଚ ସୁନିତା ସାହୁ, ଓଏସଏଏମବିଏ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଏ. ସୁଦର୍ଶନ ଉପସ୍ଥିତ ରହି ହିତାଧିକାରୀଙ୍କ କିସ୍ତି ବଣ୍ଟନ କରିଥିଲେ।କାର୍ଯ୍ୟକ୍ରମରେ ଏବିଡ଼ିଓ ଅରୁଣ କୁମାର ପ୍ରଧାନ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ବେହେରା, ସୁଶାନ୍ତ କୁମାର ମଲ୍ଲିକ,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ର, ବିଜୟ କୁମାର ସେଠୀ,କାଳୁ ଚରଣ ବେହେରା, ସୁଶାନ୍ତ କୁମାର ପଟ୍ଟନାୟକ, ବାସୁଦେବ ବେହେରା,ବୈଷ୍ଣବ ମଣ୍ଡଳ,ଇ.ଶଙ୍କର ରାଓ,ଜି.ଯୁଧିଷ୍ଠିର ରେଡ୍ଡୀ, ବି.ହରି,ବେଣୁଧର ବେହେରା ଓ ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।

