୧୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :-> ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ମହାଉଲ୍ଲାସରେ ଜିଲ୍ଲା ସ୍ତରୀୟ ୭୭ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି।ମାନ୍ୟବର ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ ମୁଖ୍ୟଅତିଥି ରୂପେ ଯୋଗ ଦେଇ ସକାଳ ଘ ୯.୧୫ ମି ସମୟରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ସମବେତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ୧୪ ତାରିଖ ମଧ୍ଯ ରାତ୍ର ସମୟରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ସହରରେ ମଶାଲ ଶୋଭାଯାତ୍ରା ,ପ୍ରାତଃ ଘ ୪.୩୦ମି ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଦ୍ଵାରା ରାମଧୂନ୍ ପରିବେଷଣ ,
ସକାଳ ଘ ୬.୩୦ ମିନଟ ସମୟରେ ସହରର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିଙ୍କ ଠାରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ,ସକାଳ ୭.୩୦ ମି ସମୟରେ ସହରର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ମୂଖ୍ୟଅତିଥୀ ନିଜ ବକ୍ତବ୍ୟରେ ଦେଶ ତଥା ଆମ ରାଜ୍ୟର ବିକାଶର ଅଗ୍ରଗତି ସହିତ ତାଳ ଦେଇ କଳାହାଣ୍ଡି ଜିଲ୍ଲାର ସ୍ବାସ୍ଥ୍ୟ,କୃଷି,ଗମନାଗମନ,ଜଳସେଚନ, ୫ଟି ହାଇସ୍କୁଲ ,ଉତ୍କେଲା ଏୟାର ଷ୍ଟ୍ରିପ, ମିଶନ ଶକ୍ତି, ମେଡ଼ିକାଲ କଲେଜ ବିଷୟ ଉଲ୍ଲେଖ କରି ଲୋକଙ୍କ ଜୀବନ ମାନଦଣ୍ଡ ଆହୁରି ଆଗକୁ ନେବାକୁ ହେଲେ ସମସ୍ତେ ନିଜ ନିଜ କ୍ଷେତ୍ରରେ ସଠିକ୍ ଦାୟିତ୍ଵ ଓ କର୍ତ୍ତବ୍ୟ ତୁଲାଇବାକୁ ଆହ୍ଵାନ କରିଥିଲେ।ପତାକା ମଞ୍ଚରେ ମୂଖ୍ୟ ଅତିଥୀ ଙ୍କ ସହ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଉପସ୍ଥିତ ଥିଲେ ।
