୭୭ ତମ ବ୍ଲକ ସ୍ତରୀୟ ସ୍ବାଧିନତା ଦିବସ ପାଳିତ

୧୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ସଦର ମହକୁମା ସ୍ଥିତ ଆଞ୍ଚଳିକ କନିଷ୍ଠ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ୭୭ ତମ ବ୍ଲକ ସ୍ତରୀୟ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପଡ଼ିଆ ସମିତି ଅଧ୍ୟକ୍ଷା ଶ୍ରୀମତୀ ଯମୁନା ମୁଷାକି, ସମ୍ମାନିତ ଅତିଥି ଭାବେ ପଡ଼ିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣ ନାୟକ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ଆଜିର ଏହି ଉତ୍ସବ ରେ ଅନ୍ୟତମ ଅତିଥି ଭାବେ ସମାଜ ସେବୀ ଏମ୍ ଡି ଫାରୁକ ,ପଡ଼ିଆ ସରପଞ୍ଚ ଗଙ୍ଗା କରାମ, ସାଂସଦ ପ୍ରତିନିଧି ସିଏଚ ରେଵିଟ,ସମାଜ ସେବୀ ଏନ୍ ରାଘବ ରାଓ, ନାକା ନୁକାଲ ରାଜ, ଏମ୍ଏଲଏ ପ୍ରତିନିଧି କୋଟାମ ବାଲାୟା, ଆଞ୍ଚଳିକ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଳି, ଜିପିଓକାର୍ତ୍ତିକ ନାୟକ,ଏସଏସଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦ୍ରା କବାସୀ , ରାମଚନ୍ଦ୍ର ମାଝୀଙ୍କ ସମେତ ପଡ଼ିଆ ବ୍ଲକର ବହୁ ମାଣଗନ୍ୟ ବ୍ୟକ୍ତି ବିଶେଷଙ୍କ ସମେତ, ପଡ଼ିଆ ଅଞ୍ଚଳର ଶତାଧିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ । ବିଭିନ୍ନ କ୍ଷେତ୍ରରେ କୃତ୍ତିତୂ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । ସର୍ବଶେଷରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନତାଙ୍କୁ ମିଷ୍ଟାର୍ଣ୍ଣ ବଣ୍ଟନ କରାଯାଇଥିଲା ।

Exit mobile version