ମୋହନା ଉପକଣ୍ଠ ୭୭ତମ ଭାରତର ସ୍ବାଧିନତା ଦିବସ ପାଳନ

୧୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ମୋହନା ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ମଙ୍ଗଳବାର ଦିନ ୭୭ତମ ଭାରତର ସ୍ବାଧିନତା ଦିବସ ମୋହନା ଉନ୍ନୟନ ପରିଷଦ ତରଫରୁ ପାଳନ କରାଯାଇଥିଲା । ସଭପତି ଦଣ୍ଡାସି ସାହୁ ଉତ୍ସବରେ ସଭାପତିତ୍ବ କରିଥିଲେ ଏବଂ ମୁଖ୍ୟ ଅତିଥି ପୂପେ ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଦାଶରଥି ଗମାଙ୍ଗ ଅମନ୍ତିତ ହୋଇ ଜାତୀୟ ତ୍ରିରଙ୍ଗା ପତକାକୁ ଉତ୍ତୋଳନ କରିଥିଲେ । ମୁଖ୍ୟବକ୍ତା ଭାବେ ମୋହନାର ବିଶିଷ୍ଟ ସମାଜସେବା ତଥା ବୃଦ୍ଧିଜୀବି ଏବଂ ଅବସର ଶିକ୍ଷକ ମଧୁସୂଦନ ପାଢୀ ଓ ସମ୍ମନୀୟ ଅତିଥି ଭାବେ ଜନ ପ୍ରତିନିଧି ଜିଲ୍ଲା ପରିଷଦ ସଭ୍ୟ ମୋହନା ଚନ୍ଦ୍ର ମଳିକ ଏବଂ ସମିତିସଭ୍ୟ ବାଳକୃଷ୍ଣ ମଳିକଙ୍କ ସମେତ ଅନେକ ବୃଦ୍ଧିଜୀବି ଶିକ୍ଷାବିତ ମାର୍ଶେଲ୍ ନାୟକ,ଉନ୍ନୟନ ପରିଷଦର କୋଷାଧ୍ୟକ୍ଷ ମନୋଜ କୁମାର ସାହୁ, ଉପସଭାପତି ଶରତ ଚନ୍ଦ୍ର ମଳିକ, ସିମାଞ୍ଚଳ କାର୍ଯୀ ଏବଂ ସହ ସଂମ୍ପାଦକ ବିଭୁଚରଣ ମଳିକ, ସ୍ଥାନୀୟ ସାମ୍ବଦିକ ସଂଘ ସଭାପତି ଓ ଅନ୍ୟ ବନ୍ଧୁ , ଓକିଲ ସଂଘର ସଭପତି ରବିନ୍ଦ୍ର ସିଂ, ସରପଞ୍ଚ ସୁନିତା ମଳିକ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ରଶ୍ମି ରତନ , ସରକାରୀ ଉର୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ହିଲଟପ୍ କଲେଜ ଅଧ୍ୟକ୍ଷ ଗଣ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ ଡା, ଜେନା ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉତ୍ସବରେ ଯୋଗଦାନ କରିଥିଲେ । ଏହି ଉତ୍ସବ ନିମନ୍ତେ ୧୩ ଗୋଟି ଶିକ୍ଷା ଅନୁଷ୍ଠାନରୁ ଛାତ୍ରଛାତ୍ରୀ ସମୂହ ମିଳିତ ପ୍ୟାରେଡ୍ ରେ ଯୋଗଦାନ କରିଥିଲେ ।ଉକ୍ତ ପ୍ୟାରେଡ୍ ପ୍ରତିଯୋଗିତାରେ ସାଧୁ ପିତର କନନେଣ୍ଟ ସ୍କୁଲ ପ୍ରଥମ ସ୍ଥାନ, ସ୍ଥାନୀୟ ସରକାରୀ ଉର୍ଚ ବିଦ୍ୟାଳୟ (ଏସ୍ ଏସ୍ ଡି) ଦ୍ବିତୀୟ ସ୍ଥାନ ଏବଂ ବିମଳା ଉର୍ଚ ବିଦ୍ୟାଳୟ ତୃତୀୟ ସ୍ଥାନରେ ରହି ମୂଖ୍ୟ ଅତିଥି ଏବଂ ଅତିଥି ମାନଙ୍କ ଠାରୁ ବିଜେତା ଟ୍ରଫି ଗ୍ରହଣ କରିଥିଲେ । ମୋହନା ପୁଲିସ ଥାନା ଅନୁକୂଲ୍ୟରୁ ପ୍ୟାରେଡ୍ ର ସମସ୍ତ ସିଲ ଓ କପ୍ ପ୍ରଦାନ କରାଯାଇଥିଲା । ଏହା ବ୍ୟତିତ N.R.D.O ତରଫରୁ ସଂସ୍କୃତିକ ପ୍ରତିଯୋଗିତାରେ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସାମଗ୍ରୀ ପ୍ରଦାନ କରିଥିଲେ ଏବଂ ବିଭାଗୀୟ କର୍ମଚାରୀ ମାନଙ୍କର ଉତ୍ତମ ବ୍ୟବହାର, କର୍ମନିଷ୍ଟା, ସେବା ମନୋଭାବ ଥିବା ବିଭାଗରୁ ଜଣକୁ ଶ୍ରେଣୀ ବିବେଚନା କରି ନାମ ସଂହଗ୍ର କରାଯାଇ ଶିକ୍ଷା ବିଭାଗର ଉତ୍ତମ ଶିକ୍ଷକ ରୂପେ ଦୁର୍ଗା ମାଧବ ମହାରଣା, ସ୍ବାସ୍ଥ୍ୟ ବିଭାଗରେ ଉତ୍ତମ ସେବା ନିମନ୍ତେ ରାଜାବୀର ,କୃଷି ବିଭାଗରେ ଜଣେ କୃଷି ଅଧିକାରୀଙ୍କୁ ଉପଡୌକନ ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ସ୍ଥାନୀୟ ପୁଲିସ ଥାନା ଶାନ୍ତି ଶୁଙ୍ଖଳା ବଜାୟୀ ଉତ୍ସବକୁ ସୁନ୍ଦର କରିବାକୁ ସହଯୋଗ କରିଥିଲେ । ଏହି ଉତ୍ସବରେ ମୋହନା ଉନ୍ନୟନ ପରିଷଦର ଭାରପ୍ରାପ ସଂମ୍ପାଦକ ପ୍ରଶାନ୍ତ ବୀର ଓ ସଦସ୍ୟ ଭିକାରୀ ନାୟକ (ଶିକ୍ଷକ) ସମସ୍ତ ପରିଚାଳନାର ଦାୟତ୍ବ ଲିଭାଇଥିଲେ । ସର୍ବଶେଷରେ ସ୍ଥାୟୀ ସଭପତି ତଥା ଉତ୍ସବର ସଭପତି ଦଣ୍ଡାସି ସାହୁ ଉପସ୍ଥିତ ଥିବା ମୁଖ୍ୟ ଅତିଥି ସମେତ ସମସ୍ତ ଅତିଥିମାନଙ୍କୁ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତୀ ଛାତ୍ରଛାତ୍ରୀ ସମସ୍ତ ଜନତାଙ୍କୁ ଧନ୍ୟବାଦ ଦେଇଥିଲେ ।

Exit mobile version