ଗୁଣ୍ଡିଚା ମନ୍ଦିରରେ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ତଦାରଖ କରୁଛନ୍ତି – ବୁଧବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ।

ଓଡିଶା ତାଜା ନ୍ୟୁଜ୍ / ରିପୋର୍ଟ – ସୋନାଲି (୩୦ ଜୁନ୍ ମଙ୍ଗଳବାର ) ପୁରୀ :- ବୁଧବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଏହାର ଅବ୍ୟବହିତ ପୂର୍ବରୁ ବାହୁଡ଼ା ଯାତ୍ରା କିପରି ଶୃଙ୍ଖଳିତ ଭାବେ ସମାପନ ହେବ ସେ ନେଇ ମଙ୍ଗଳବାର ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରରେ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ତଦାରଖ କରୁଛନ୍ତି । ଏହି ସମୟରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା,ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା,ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ,ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ପ୍ରମୁଖ ପ୍ରସ୍ତୁତି ତଦାରଖ କରିଛନ୍ତି ।

ସୂଚନା ଥାଉକି କୋଭିଡ୍ ୧୯ ର ଗାଇଡଲାଇଁନ୍ ଓ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଅନୁସାରେ ଯେପରି ନିୟମ ମୁତାବକ ଯାତ୍ରା ଅନୁଷ୍ଠିତ ହେବ ଏବଂ ମହା ପ୍ରଭୁଙ୍କର ନିତିକାନ୍ତି ଶୃଙ୍ଖଳିତ ଭାବେ ଓ ସ ଠିକ୍ ସମୟରେ ସମାପନ ହେବ ସେ ନେଇ ଆଲୋଚନା କରିଥିଲେ ।

Exit mobile version