ଭାରତୀୟ ରେଳବାଇର ୭ଟି ରେଳ ମଲ୍ଟି -ଟ୍ରାକିଁ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ

୧୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ  :-> ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟି ଆଜି ରେଳ ମନ୍ତ୍ରଣାଳୟର ପ୍ରାୟ ୩୨.୫୦୦ କୋଟି ଟଙ୍କା ବ୍ୟୟ ଅଟକଳର ୭ଟି ପ୍ରକଳ୍ପକୁ ଅନୁମୋଦନ କରିଛି । ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅନୁଦାନ ଯୋଗାଇଦେବେ। ମଲ୍ଟି ଟ୍ରାକିଂ ବା ରେଳ ଧାରଣାର ସଂଖ୍ୟା ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବ ଗୁଡିକ ଭାରତୀୟ ରେଳବାଇର ବ୍ୟସ୍ତ ବହୁଳ ସେକ୍ସନ ଗୁଡ଼ିକରେ ଅତି ଆବଶ୍ୟକ ଭିତ୍ତିଭୂମି ବିକାଶ ପ୍ରଦାନ କରି ପରିଚାଳନାକୁ ସହଜ କରିବା ସହିତ ଭିଡ଼ ହ୍ରାସ କରିବ।

ଏଥିରେ ଇଷ୍ଟ କୋଷ୍ଟ ରେଲୱେର ମୁଣ୍ଡଳି -ବାରଙ୍ଗ ଓ ଖୋର୍ଦ୍ଧାରୋଡ଼ -ବିଜୟା ନଗରମ୍ ତିନି ଲାଇନ୍ ବିଶିଷ୍ଟ ହେବ। ଯେଉଁଥିରେ ଏହି ଅଞ୍ଚଳର ଲୋକଙ୍କୁ “ଆତ୍ମ୍ ନିର୍ଭରଶୀଳ”କରିବ ଏବଂ ସେମାନଙ୍କ ନିଯୁକ୍ତି/ସ୍ଵ ରୋଜଗାର ସୃଷ୍ଟି କରିବ ଏବଂ ଲୋକ ତଥା ଦ୍ରବ୍ୟ ଓ ସେବା ଗୁଡିକର ପରିବହନ ପାଇଁ ନିରବଚ୍ଛିନ୍ନ ଯୋଗାଯୋଗ ସୁବିଧା ପ୍ରଦାନ କରିବ ବୋଲି ଆହୁତ ସାମ୍ୱାଦିକ ସମ୍ମିଳନୀରେ ଖୋର୍ଦ୍ଧା ରୋଡ଼ ଏ ଡି ଆର୍ ଏମ କଲ୍ୟାଣ ପଟନାୟକ ସୁଚନା ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସିନିୟର୍ ଡି ସି ଏମ୍ ଅମିତେସ ଆନନ୍ଦ,ସିନିଅର ଡି ଇ ଏନ୍ କୋର୍ଡିନେଶନ ରବି ପ୍ରକାଶ ୟାଦବ୍ ଓ ସିନିଅର ଡିଓଏମ୍ କେ, ସନ୍ଦୀପ ଉପସ୍ଥିତ ଥିଲେ।

Exit mobile version