ନଗରୀ ପଞ୍ଚାୟତ ସରପଞ୍ଚଙ୍କ ଦ୍ୱାରା ପତାକା ଉତ୍ତୋଳନ ଓ ବୃକ୍ଷ ରୋପଣ

୧୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) କଟକ :-> ବାରଙ୍ଗ ବ୍ଲକ ନଗରୀ ପଞ୍ଚାୟତ ଠାରେ ଗତକାଲି ୭୭ ତମ ସ୍ୱାଧୀନତା ଦିବସ ପାଳନ ସହିତ, ଖଣ୍ଡାଗର ପ୍ରାଥମିକ ସ୍କୁଲ ନିକଟରେ ଥିବା ପଡିଆ ଅମୃତ ବାଟିକାରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା । ସରପଞ୍ଚ ନରୋତ୍ତମ ଦାସ ( ବୁଲୁ) ବାବୁ ଜାତୀୟ ପତାକା ଉତ୍ତୋଳନ କରି ନଗରୀ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତରେ ପରିଣତ କରିବା ପାଇଁ, ସମସ୍ତ ୱ।ର୍ଡ଼ ସଭ୍ୟ,ସଭ୍ୟା, ସମିତି ସଭ୍ୟ, ଗ୍ରାମ ବାସୀ ଏବଂ ଜନ ସାଧାରଣଙ୍କ ସହଯୋଗ ଲୋଡିଥିଲେ ।ଏହି କାର୍ଯ୍ୟକ୍ରମ ରେ ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ମଲ୍ଲିକ, ନାଏବ ସରପଞ୍ଚ ସସ୍ମିତା ବେହେରା, ପିଓ ବବୁଲ୍ ବାହାନ କାନୁନଗୋ, ଜିଆରଏସ, ଆଶିଷ କୁମାର ମହାପାତ୍ର, ପୂର୍ବତନ ସରପଞ୍ଚ ତଥା ଶ୍ରୀ ଜଗନ୍ନାଥ କୃଷକ ସେବା ସମବାୟ ସମିତିର ନିର୍ଦ୍ଦେଶକ ପ୍ରଣବ ପଟ୍ଟନାୟକ, ସାମ୍ବାଦିକ ବୁଲୁ ପାତ୍ର, ସମାଜସେବୀ ନଳିନୀକାନ୍ତ ପଟ୍ଟନାୟକ, ବିକାଶ ଚନ୍ଦ୍ର ପାତ୍ର , ପ୍ରଶାନ୍ତ ଦାସ ଙ୍କ ସମେତ ୧୭ ଗୋଟି ୱ।ର୍ଡ଼ର ୱ।ର୍ଡ଼ ସଭ୍ୟ ସଭ୍ୟା ଯୋଗ ଦାନ କରିଥିଲେ । ଶେଷ ଛାତ୍ରଛାତ୍ରୀ ଙ୍କୁ ମିଷ୍ଟାର୍ଣ ପ୍ରଦାନ କରାଯାଇଥିଲା ।

Exit mobile version