ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ନିନ୍ଦା

ଓଡିଶା ତାଜା ନ୍ୟୁଜ୍ (୩୦ ଜୁନ୍ ମଙ୍ଗଳବାର ) ଜଟଣୀ :- କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆଜି ଜଟଣୀ ସାମ୍ବାଦିକଙ୍କ ପକ୍ଷରୁ ନିନ୍ଦା କରାଯିବା ସହିତ ଅଭିଯୁକ୍ତକୁ ତୁରନ୍ତ ଗିରଫଦାବି କରାଯାଇଛି

ପ୍ରକାଶଥାଉ କି ଗତ ପଚିଶ ତାରିଖଦିନ ଜଣେ ରାଜ୍ୟ ସ୍ତରୀୟ ସାମ୍ବାଦିକ ଅଭିମନ୍ୟୁ ମହାରଣାଙ୍କୁ ତାଙ୍କ ରଣପୁରସ୍ଥିତ ଘରସାମ୍ନାରେ ଜଣେ ଚୋରାମଦ ବେପାରୀ ମାରଣାନ୍ତକ ଆକ୍ରମଣ କରିଥିଲେ ଯାହାକୁ ନେଇ ଶ୍ରୀ ମହାରଣା ରଣପୁର ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ ଗିରଫ କରିବାରେ ଅସଫଳ ହୋଇଛି ଯାହାକୁ ଆଜି ଜଟଣୀର ସାମ୍ବାଦିକ ଅବନୀ ରାଉତରାୟ, ଇଫତେଖାର ଅଲ୍ଲୀ,ସନ୍ତୋଷ ବାରିକ, କେଦାରନାଥ ସାହୁ ପ୍ରମୁଖ ଦୃଢ଼ନିନ୍ଦା କରିବା ସହିତ ତୁରନ୍ତ ଅଭିଯୁକ୍ତକୁ ଗିରଫ ଦାବୀ କରିଛନ୍ତି (ରିପୋର୍ଟ ଇଫତେଖାର ଅଲ୍ଲୀ )

Exit mobile version