୭୭ତମ ସ୍ୱାଧୀନତା ଦିବସ ଅବସରରେ : ରଣପୁରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି – ବିଧାୟକ ସତ୍ୟ ନାରାୟଣ ପ୍ରଧାନ

୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଅବସରରେ ରଣପୁରବଜରଙ୍ଗୀ ସେନା ଜାତୀୟ ପତାକା ଉତ୍ତୋଳନ କରିଛନ୍ତି – ରାଜା ସାହେବ

ରଣପୁର ମେଡ଼ିକାଲରେ ପୀୟବତପ୍ରରଜ ଓ ରାଜା ସାହେବଙ୍କ ଦ୍ୱରା ଫଳବଟନ

୧୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ :-> ୧୫ ଅଗଷ୍ଟ । ସ୍ୱାଧୀନତା ଦିବସ। ଏହି ପବିତ୍ର ଦିବସରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ। ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ,

ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାଏକ, ଶହୀଦ ବିର୍ସା ମୁଣ୍ଡା, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କୁ ମୋର ସମ୍ମାନ ଜଣାଉଛି।

ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଜୱାନ ମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଭାରତର ସ୍ୱାଧୀନତା ସଂଗ୍ରାମ ବିଶ୍ୱ ଇତିହାସରେ ଏକ ନୂଆ ଯୁଗ ଆରମ୍ଭ କରିଥିଲା ।

ଏ ସଂଗ୍ରାମ ସମସ୍ତଙ୍କ ପାଇଁ ପ୍ରେରଣା ଥିଲା। ଆଜି ଭାରତ ବିଶ୍ୱର ଏକ ପ୍ରମୁଖ ଶକ୍ତି ଭାବରେ ନିଜକୁ ପ୍ରତିଷ୍ଠା କରିପାରିଛି। ବିଭିନ୍ନ କ୍ଷେତ୍ରରେ ବିକାଶ ଆମର ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଚନ୍ଦ୍ରଯାନ-୩ Space Research କ୍ଷେତ୍ରରେ ଭାରତର ଗୌରବ ବୃଦ୍ଧି କରିଛି ।

ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାଏକ, ଶହୀଦ ବିର୍ସା ମୁଣ୍ଡା, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ମା ରମାଦେବୀ, ମାଳତୀ ଚୌଧୁରୀ,

ଡଃ ହରେକୃଷ୍ଣ ମହତାବ ଙ୍କ ଭଳି ଦେଶ ସେବକ ତଥା ମହାପୁରୁଷ ମାନଙ୍କ ତ୍ୟାଗ କୁ ସମ୍ମାନ ଦେଇ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ର ସମସ୍ତ ସରକାରୀ , ବେସରକାରୀ କାର୍ଯ୍ୟାନୁଷ୍ଠାନ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।

ଏପରିକି ପ୍ରତ୍ୟେକଟି ଶିକ୍ଷାନୁଷ୍ଠାନ ରେ ପିଲା ମାନଙ୍କୁ ପ୍ୟାରେଡ୍ କରାଇବା ସହ ଦେଶାତ୍ମକ ବୋଧକ ଗୀତ ନାଚ ଭଳି ସଂସ୍କୃତିକ କାର୍ଯ୍ୟକ୍ରମ ଓ ଭାଷଣ ପ୍ରତିଯୋଗିତା ଇତ୍ୟାଦି ଅନୁଷ୍ଠିତ ହୋଇଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ପତାକା ଉତ୍ତୋଳନ କରି ଛାତ୍ର ଛାତ୍ରୀ ମାନଙ୍କୁ

ଦେଶସେବାରେ ନିୟୋଜିତ ହେବା ପାଇଁ ଓ ନିଜକୁ କିଭଳି ଉତ୍ତମ ଚରିତ୍ର ଭାବେ ଗଢିବେ ସେ ଦିଗରେ ପ୍ରେରଣାଦାୟୀ ମନ୍ତବ୍ୟ ରଖିଥିଲେ । ଏବଂ ଶିକ୍ଷାନୁଷ୍ଠାନ ବ୍ୟତୀତ ରଣପୁର ବଡଦାଣ୍ଡ ରେ ବଜରଙ୍ଗୀ ସେନାର ସଦସ୍ୟ ରାଜା ସାହେବଙ୍କ ଦ୍ୱରା ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ କରାଯାଇଥିଲା । ରଣପୁର ମେଡ଼ିକାଲରେ ପୀୟବତପ୍ରରଜ ଓ ରାଜା ସାହେବଙ୍କ ଦ୍ୱରା ଫଳବଟନ କରାଯାଇଥିଲା ।

Exit mobile version