Home ଓଡ଼ିଶା ସ୍ୱାଧୀନତା ଦିବସରେ ପାଟକୁରାର ଦୁଇ ପ୍ରତିଭା ସମୀକ୍ଷା ଓ ଶୁଭଲଷ୍ମୀ ସମ୍ବର୍ଦ୍ଧିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) ପାଟକୁରା :-> କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତ ଅଧିନ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସ୍ବାଧିନତା ଦିବସ ଅବସରରେ ଏକ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସକାଳେ ଜାତୀୟ ପତାକା ଉତ୍ତୋଳନ ଓ ପରେ ପରିଚାଳନା ଟ୍ରଷ୍ଟି ଡ.ରୁଦ୍ର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଓଡ଼ିଶା ପ୍ରଶାସନିକ ସେବା ରେ ସଫଳତା ପାଇଥିବା ବସନ୍ତପୁର ଗ୍ରାମର ମନୋଜ ମହାପାତ୍ର ଏବଂ ସଂଯୁକ୍ତା ମହାପାତ୍ର ଙ୍କ ସୁକନ୍ୟା ସମୀକ୍ଷା ମହାପାତ୍ର ଓ ନିଟରେ ସଫଳତା ପାଇଥିବା ନରଡା ଗ୍ରାମର ବ୍ରଜ କିଶୋର ସାହୁ ଏବଂ କୁନିଲତା ପୃଷ୍ଟି ଙ୍କ ସୁକନ୍ୟା ଶୁଭଲକ୍ଷ୍ମୀ ସାହୁଙ୍କୁ ବରିଷ୍ଠ ସାମ୍ବାଦିକ ଶ୍ରୀ ନିଳୟକାନ୍ତ ମହାପାତ୍ର ଏବଂ ଛୋଟ ପରଦା ର ଅଭିନେତା ଶ୍ରୀ ମୁକ୍ତିକାନ୍ତ ମହାପାତ୍ର ମାନପତ୍ର ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବା ବେଳେ ଅଦୈତ ସ୍ମାରକୀ ଟ୍ରଷ୍ଟ ତରଫରୁ ପ୍ରତ୍ୟକଙ୍କୁ ଦଶହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଇଥିଲା । ଅତିଥିମାନେ ଉଭୟ ପ୍ରତିଭାଙ୍କ ଉତ୍ତରୋତ୍ତର ଉନ୍ନତି କାମନା ସହ ଉଜ୍ବଳ ଭବିଷ୍ୟତ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଦୀପ୍ତିରଂଜନ କାନୁନଗୋ, ଆଶିଷ ମହାନ୍ତି ଓ ରବୀନ୍ଦ୍ର ମହାପାତ୍ର,ସାମ୍ବାଦିକ ଦୀପକ କୁମାର ମହାପାତ୍ର ଆଶ୍ରୀର୍ବଚନ ଦେବାପରେ ସଭା ସାଙ୍ଗ କରାଯାଇଥିଲା । Categories: ଓଡ଼ିଶା, କେନ୍ଦ୍ରାପଡା, ହୋମ୍ Related Content ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି by Proprietor Abhimanyu Maharana August 1, 2026 Vedanta Aluminium-Supported Young Archer Wins 3 Gold; Qualifies for CBSE Nationals by Proprietor Abhimanyu Maharana August 1, 2026 ଇପାରି ଗୋବିନ୍ଦମ୍ ଜୁଏଲର୍ସର ନବୀକୃତ ଶୋ'ରୁମ୍ ଉଦଘାଟିତ by Proprietor Abhimanyu Maharana August 1, 2026 ଚଳିତ ବନ୍ୟାରେ ପୁରୀ ଜିଲ୍ଲା ୧୭୨୨୧ ପ୍ରଭାବିତ by Proprietor Abhimanyu Maharana August 1, 2026 ଖୋ ଖୋ ବୈଷୟିକ କାର୍ଯ୍ୟକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana August 1, 2026 ମହିଳା ମାନେ କେବଳ ଲାଭାର୍ଥୀ ନୁହେଁ ବିକାଶ ପ୍ରକ୍ରିୟା ର କର୍ଣ୍ଣଧାର ହୁଅନ୍ତୁ : ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା by Proprietor Abhimanyu Maharana August 1, 2026