ଗୋଟିଏ ମଞ୍ଚର ବିଜେଡି ଖାଦ୍ୟ ମନ୍ତ ସହ କଂଗ୍ରେସ ବିଧାୟକ ନେଇ ବିଭିନ୍ନ ମହଲରେ ଚର୍ଚା ଚାଲୁଛି

୧୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) ଆର ଉଦୟଗିରି :-> ପାଞ୍ଚମ ଅର୍ଥ କମିଶନ ଅନୁଦାନରେ ରାଜ୍ୟ ସରକାରଙ୍କ ଦ୍ଵାରା ଗ୍ରାମ ପଞ୍ଚାୟତ ଗୁଡ଼ିକର ନିଜସ୍ଵ ସମ୍ବଳ ସୃଷ୍ଟି ତଥା ତୃଣମୂଳ ସ୍ତରରେ ପଞ୍ଚାୟତ ରାଜ ଅନୁଷ୍ଠାନ ଗୁଡ଼ିକର ଅର୍ଥ ନୈତିକ ଅଭିବୃଦ୍ଧି ପାଇଁ ମାନ୍ୟବର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିରନ୍ତର ଗତିଶୀଳ କରିବା ପାଇଁ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଠାରେ ନୂତନ ବାବେ ନବ ନିର୍ମିତ ହୋଇଥିବା କଲ୍ୟାଣ ମଣ୍ଡପକୁ ସମବାୟ.

ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତୁନ ସବ୍ୟଚାଚି ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସର୍ବସାଧରଣଙ୍କ ବ୍ୟବହାର ନିମନ୍ତେ ଉଦଘାଟନ କରିଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବେ ମୋହନା କଂଗ୍ରସ ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଗବରା ତିରୁପତି ରାଓ, ଏସଡିସି ଅଧ୍ୟକ୍ଷା ମାରୀୟମ ରଇତ, ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ହାଇଟେକ ଗ୍ରୁପ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ବିଡିଓ ଲୋକନାଥ ଶବର,

ବ୍ଲକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ଜିଲ୍ଲାପରିଷଦ ରାଜୀବ ଦୋରା, ସ୍ଥାନୀୟ ସରପଞ୍ଚ ସଣ୍ଡୁ ମଣ୍ଡଳ,ସମିତି ସଭ୍ୟା ଗୌରୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ଅତିଥି ମାନେ ପ୍ରଦୀପ ଏବଂ ଫଳକ ଉନ୍ମୋଚନ ସହ ରିବନ କାଟି କଲ୍ୟାଣ ମଣ୍ଡପରେ ପ୍ରବେଶ କରିଥିଲେ। କାର୍ଯ୍ୟ କ୍ରମରେ ଅତିଥି ମାନଙ୍କୁ ପୁଷ୍ପ ମାଲ୍ୟ ଏବଂ ଉପଢିଙ୍କନ ଦେଇ ସମ୍ମାନିତ କରିଥିଲେ। ଏହି ଉଦଘାଟନୀ ଉତ୍ସବକୁ ପିଇଓ ନୃସିଂହ ଚରଣ ମିଶ୍ର ପରିଚାଳନା କରିବାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡ଼ି ମନ୍ତ୍ର ଓ କଂଗ୍ରସ ମୋହନା ବିଧାୟକ ଗୋଟିଏ ମଞ୍ଚ ଦେଖପରେ ଏବେ ଏ ଅଞ୍ଚଳରେ ଚଚ୍ଚା ଚାଲିଛି ।

Exit mobile version