ଲୁକ ୪୦ ବର୍ଷପରେ ଗ୍ରାମକୁ ଫେରିଲେ : ମୁଣ୍ଡଗୁଞ୍ଜିବାକୁ ପକ୍କାଘର ନାହିଁ – ସରକାରଙ୍କୁ ପକ୍କାଘର ପାଇଁ ନିବେଦନ

୧୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) ଆର,ଉଦୟଗିରି :-> ଦାଦନ ଖଟିବାକୁ ଆସାମ ଯାଇ ୪୦ ବର୍ଷ ପରେ ଭିଟାମାଟିକୁ ଫେରିଛନ୍ତି ଲୁକ । ଗଜପତି ଜିଲ୍ଲା ନୁଆଗଡ ବ୍ଳକ ଅନ୍ତର୍ଗତ ଅନୁଗୁରୁ ପଞ୍ଚାୟତର ଲୁକ ଦଳବେହେରା ସେ ୧୫ ବର୍ଷ ବୟସରେ ଜଣେ ସର୍ଦାର ତାଙ୍କୁ ଦାଦନ ଖଟାଇବାକୁ ଅରୁଣାଞ୍ଚଳ ପ୍ରଦେଶ ନେଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୁଜି କରିବା ପରେ ମଧ୍ୟ କୌଣସି ତାଙ୍କର ପତାମିଳିନଥିଲା । ଲୁକ ଅରୁଣାଞ୍ଚଳ ପ୍ରଦେଶ ଯିବା ପରେ ସେଠାରେ ଶ୍ରମିକ ଭାବେ କାମ କରୁଥିଲେ । ସେଠରେ ଜଣେ ଆସାମ ଯୁବତୀଙ୍କ ପ୍ରେମ ହୋଇଥିଲା ତାପରେ ବିବାହ କରିଥିଲେ । ୨୦୦୩ରେ ତାଙ୍କ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । 

କୌଣସି କାରଣବଶତଃ ମାତ୍ର ୩ ବର୍ଷ ବୟସରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା । ଶିଶୁର ମୃତ୍ୟୁ ଘଟିବା ପରେ ଲୁକ ସେଠାରେ ଆଉ ରହିବାକୁ ଇଛା କଲେ ନାହିଁ । ୨୦୨୦ରେ ସ୍ତ୍ରୀଙ୍କୁ ସାଙ୍ଗରେ ନେଇ ଅରୁଣାଞ୍ଚଳ ପ୍ରଦେଶରୁ ନିଜ ଗାଁ ଉଡାସିଂକୁ ଫେରି ଆସିଛନ୍ତି । ଏନେଇ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଉଛି । ହେଲେ ଗାଁରେ ରହିବାକୁ ଘର ନଥିବାରୁ କିଛି ମାସ ତାଙ୍କ ବଡ ଭାଇଙ୍କ ଘରେ ଆଶ୍ରୟ ନେଇଥିଲେ । ପରେ ନିଜ ଉଦ୍ୟମରେ କାଠ ଯୋଗାଡ କରି ଘର ଖଣ୍ଡେ କରି ରହିଛନ୍ତି । ମୁଣ୍ଡ ଉପରେ ଝପର ନାହିଁ ।

ବାଧ୍ୟ ହୋଇ ପଲିଥିନି ଟାଣି ରହିଛନ୍ତି । ବର୍ଷା ଦିନରେ ଘରେ ରହିବା କଷ୍ଟକର ପରିସ୍ଥିତି । ଆବାସ ଯୋଜନାରେ ଘର ପାଇଁ ବହୁ ବାର ପଞ୍ଚାୟତରେ ଆପତି ଆବେଦନ କରିଛନ୍ତି। ଆଜି ସୁଧା ପକ୍କାଘର ମିଳିଲା ନାହିଁ । ସରକାର ଘର ଖଣ୍ଡେ ଦେଲେ ବାକି ଜୀବନ ଭଲରେ ଆଶ୍ରୟ ନେବେ ବୋଲି ଆଶା ରଖିଛନ୍ତି । ଲୁକ ଓ ତାଙ୍କ ସ୍ତ୍ରୀ ସୁନିତା ଗାଁରେ କୁକୁଡା ପାଳନ, ଗାଈଗୋରୁ ସେବା ସ୍ତ୍ରୀ ସହ କିଛି ଜମିରେ ଚାଷବାସ କରି ରାଜୁରାଣ ମେଣ୍ଟାଉଛନ୍ତି । ବିଡିଓ ଲୋକନାଥ ଶବରଙ୍କୁ ପଚାରିବାରେ ଏନେଇ ମୋ ପାଖରେ କିଛି ଖବର ପହଞ୍ଚି ନାହିଁ । ଏବେ ଜାଣିବା ପରେ ସରକାରଙ୍କ ଯାହା ସବୁ ସୁବିଧା ରହିଛି ଖୁବ୍ ଶୀଘ୍ର ସ୍ଥିତି ଅନୁଧ୍ୟାନ କରି ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

Exit mobile version