ଡାହାଳିଆବାଗ ପୂଜା କମିଟି ପକ୍ଷରୁ ୭୭ ତମ ସ୍ୱାଧୀନତା ଦିବସ ପାଳନ

୧୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) କଟକ :-> ସି.ଏମ.ସି ୫୮ ନମ୍ବର ୱ।ର୍ଡ଼ର ଡାହାଳିଆବାଗ ଠାରେ ମଙ୍ଗଳବାର ଦିନ ଡାହାଳିଆବାଗ ହରପାର୍ବତୀ ପୂଜା କମିଟି ପକ୍ଷରୁ ୭୭ ତମ ସ୍ୱାଧୀନତା ଦବସ ପାଳନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର କୌଶିକ ଜେନା ସଭାପତିତ୍ୱ କରିଥିଲେ । ଆୟୋଜିତ ଉତ୍ସବରେ ପୂଜା କମିଟିର ସଭାପତି ତଥା ଆଡ଼ଭୋକେଟ ବଦ୍ରି ନାରାୟଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ ।

ଡାହାଳିଆବାଗ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ରବିନ୍ଦ୍ରନାଥ ସ୍ୱାଇଁ, ସୁଶାନ୍ତ କୁମାର ମହାନ୍ତି, ପ୍ରହଲ୍ଲାଦ କୁମାର କର ,ପ୍ରଶନ କୁମାର ଦାସ , ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡାହାଳିଆବାଗ ଗ୍ରାମର ଯୁବକ ବରିଷ୍ଠ ନାଗରିକ ଏବଂ ପୂଜା କମିଟିର ସମସ୍ତ କର୍ମ କର୍ତ୍ତା ଯୋଗଦେଇ ନିଜ ଗ୍ରାମ ଏବଂ ୱ।ର୍ଡ଼ ର ଉନ୍ନତି ଦିଗରେ ମିଳିମିଶି କାର୍ଯ୍ୟ କରିବା ପାଇଁ ସ୍ୱାଧୀନତା ଦିବସରେ ଶପଥ ନେଇଥିଲେ ।

ପୂଜା କମିଟି ପକ୍ଷରୁ ସରସ୍ୱତୀ ଶିଶୁ ମନ୍ଦିରର ପିଲାମାନଙ୍କୁ କଲମ, ପେନସିଲ୍,ବିସ୍କୁଟ ପ୍ରଦାନ କରା ଯାଇଥିଲା । ସେହିପରି ଡାହାଳିଆବାଗ ଅଙ୍ଗନୱ।ଡି କେନ୍ଦ୍ର ଠାରେ ଆୟୋଜିତ ସ୍ୱାଧୀନତା ଦିବସରେ , କଟକ ନଗର ବିଜେଡ଼ିର ସଂପାଦିକା ଶିବାନୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲ। ଵେଳେ, ଡାହାଳିଆବାଗ ସରସ୍ୱତୀ ଶିଶୁ ମନ୍ଦିରରେ ପୂର୍ବତନ କର୍ପୋରେଟର କୌଶିକ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

 

Exit mobile version