ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ ୭୭ତମ ସ୍ଵାଧୀନତା ଦିବସ ପାଳିତ

୧୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଜି ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ ୭୭ତମ ସ୍ୱାଧିନତା ଦିଵସ ପାଳିତ ହୋଇଯାଇଛି ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଙ୍କ ଅଧ୍ୟକ୍ଷତାରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟ କ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ,ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ପରିଛା,

ଜେମ୍ସ୍ ରାଇକା, ରାଜ୍ୟ ସମ୍ପାଦକ ପଲ୍ଲବ ଲିମା, ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଏସ.ଲିଙ୍ଗରାଜ ,ଯୁବନେତା ଇଂ.ରୁପେସ ପାଣିଗ୍ରାହୀ, ନଗର ବିଜେଡି ସଭାପତି ସୁଧିରଞ୍ଜନ ମହାପାତ୍ର, ଓଡିଶା ମୋ ପରିବାରର କୋଡିନେଟର ଇନ୍ଦ୍ର।ଣି ପଟ୍ଟନାୟକ, ତଥା ବହୁ ବରିଷ୍ଠ, କନିଷ୍ଠ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଉକ୍ତ କାର୍ଯ୍ୟ କ୍ରମରେ ଜିଲ୍ଲା ବିଜେଡ଼ିସଭାପତି ଶ୍ରୀ ଦାସ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ସ୍ମୃତିକୁ ମନେପକେଇ ସେ କିଭଳି ଭାବରେ ଅହଂକାର କୁ ପ୍ରଶୟ ନଦେଇ ଇଂରେଜ ମାନଙ୍କ କବଳରୁ ଦେଶକୁ ସ୍ୱାଧିନ କରିଥିଲେ ତାଙ୍କ ବଳିଦାନ କୁ ମନେପକାଇ ଦେଇଥିଲେ।ସେଭଳି ଭାବେ ଉପସ୍ଥିତ ଥିବା ଦଳୀୟ କର୍ମୀଙ୍କୁ ମଧ୍ୟ ଜାତିର ପିତାମହାତ୍ମାଗାନ୍ଧୀ ଙ୍କ ନିତି ଆଦର୍ଶରେଅନୁପ୍ରାଣୀତ ହୋଇ ଆଗକୁ ବଢ଼ିବା ପାଇଁ ଅନୁରୋଧ କରିଛନ୍ତି.

Exit mobile version