ମାହାଙ୍ଗାରେ ମଧୁବାବୁ ପେନସନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

୧୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) ମାହାଙ୍ଗା :-> ମାହାଙ୍ଗାରେ ଆଜି ସତସ୍ତରୀ ତମ ସ୍ୱାଧୀନତାର ଜନ୍ମ ଜୟନ୍ତୀ ଅବସରରେ ବୃଦ୍ଧ ଵୃଦ୍ଧାଙ୍କୁ ହାତକୁ ବଢ଼େଇ ଦେଇଛନ୍ତି ମଧୁବାବୁ ପେନସନ ଯୋଜନା ଅନ୍ତରଭୁକ୍ତ ଭତ୍ତା l ପ୍ରାୟ 2408 ଜଣ ହିତାଧିକାରୀଙ୍କୁ ଆଜି ମାନ୍ୟବର ମାହାଙ୍ଗା ବିଧାୟକ ତଥା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ କରକମଳରେ ପ୍ରଦାନ କରାଯାଇଛି l ଏହି ଭତ୍ତା କାର୍ଯ୍ୟକ୍ରମ ପାଇଁ ମାହାଙ୍ଗା ବ୍ଲକ ଅତିରିକ୍ତ BDO ଜ୍ଞାନ ରଞ୍ଜନ ପଣ୍ଡା ଓ ବ୍ଲକ ଉପାଧକ୍ଷ୍ୟ ସତ୍ୟରଞ୍ଜନ ମହାନ୍ତି ଅକ୍ଲାନ୍ତ ପରିଶ୍ରମ ଶ୍ରେୟ ସବୁଦିନ ପାଇଁ ମନେରହିବ l

ଦଳ ଗତ ନିର୍ବିଶେଷରେ ପ୍ରତାପ ଜେନାଙ୍କ ସମୟରେ ପ୍ରାୟ 30 ହାଜର ଭତ୍ତା ଯୋଗାଇ ଦେବାରେ ମାହାଙ୍ଗା ବ୍ଲକ ରେକଡ଼ ସୃଷ୍ଟି କରିଛି l ମାତ୍ର ଏକ ମାସ ପୂର୍ବରୁ 800 ଶହ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା ଏବଂ ମାନ୍ୟବର ବିଧାୟକ ଘୋଷଣା କରିଥିଲେ କି ସମସ୍ତ ପଞ୍ଚାୟତ ଏମିତି କୌଣସି ଲୋକ ଏହି ଯୋଜନାରୁ ବଞ୍ଚିତ ନରୁହନ୍ତୁ l

ତାହା ଆଜି ସଫଳ ହୋଇଛି l ଏହି ସଭାରେ ମାନ୍ୟବର ବିଧାୟକ ଅଭିଭାଷଣରେ ସର୍ବ ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ନାମନେଇ କହିଥିଲେ କି ଏସବୁ ସେ ଜଗତ କରତା ଜଗନ୍ନାଥଙ୍କ ଆଶ୍ରିବାଦ, ମୁଁ ନିମିତ୍ତ ମାତ୍ର l ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିର୍ନ୍ନ କ୍ଷେମ ମାନଙ୍କୁ ଭତ୍ତା ବଣ୍ଟନରେ ହାଜର ହଜାର ଲୋକଙ୍କ ସମାଗମ ହୋଇଥିଲା ମାହାଙ୍ଗା କୁଆଁପାଳ ଗୋବରୀ ପୋଲ ନିକଟସ୍ଥ ସଭା ସ୍ଥଳୀରେ l ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସମାପନ ହୋଇଥିଲା l

Exit mobile version