“ଓୱାଇଏସଏସ ଓମେନ”ପକ୍ଷରୁ ମା ଓଡେଇଶୁଣୀ ପୀଠରେ “ମହିଳା ସଶକ୍ତିକରଣ ଓ ସାମାଜିକ ପ୍ରଗତି” ସଚେତନତା

୧୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) ବାଲୁଗାଁ  :-> ଜାତୀୟ ସମାଜ ସେବା ଅନୁଷ୍ଠାନ “ଓୱାଇଏସଏସ ଓମେନ” ପକ୍ଷରୁ ଏହାର ସଭାପତି ରାଧା ବିନୋଦ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ସୋମବାର ବାଣପୁର ଵ୍ଲକ ର ଆୟତପୁର ନିକଟ ମା ଓଡେଇଶୁଣୀ ପୀଠରେ “ମହିଳା ସଶକ୍ତିକରଣ ଓ ସାମାଜିକ ପ୍ରଗତି” ଶୀର୍ଷକ ଵିଷୟ ଉପରେ ଆଧାରିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ “ଝାନ୍ସୀରାଣୀ ଲକ୍ଷ୍ମୀ ଵାଇ” ଜାତୀୟ ପୁରସ୍କାର ପାଇଥିବା ସ୍ଥାନୀୟ ଅଞ୍ଚଳରେ ଜନପ୍ରିୟ ସମାଜସେବୀକା ମାନସୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳାଙ୍କ ସମ୍ମାନ ରକ୍ଷା ପାଇଁ ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରାଇ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରିବା ଜରୁରୀ ଅଟେ । ଏଣୁ ସେମାନଙ୍କ ପରିବାର ଏଦିଗରେ ପ୍ରଥମେ ସଚେତନ ହୋଇ ପାରିଲେ ତଥା ମହିଳା ସାକ୍ଷର ହୋଇପାରିଲେ ସମାଜର କଲ୍ୟାଣ ସାଧିତ ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ।

ଏଥିରେ ମୁଖ୍ୟ ବକ୍ତା ଭାବେ ଜାତିସ°ଘର ନୀତି ଅଧିକାରିଣୀ ସୁଶ୍ରୀ ବୈଶାଳୀ ମହାନ୍ତି ଯୋଗ ଦେଇ ସମାଜର ଉନ୍ନତି ଓ ପ୍ରଗତି ପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ମତ ରଖିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ସ୍ତମ୍ଭକାର ପ୍ରଦୋଷ କୁମାର ଦାସ, ସାମ୍ବାଦିକ ମନୋଜ ମୋହନ ବରାଳ, କାନ୍ହୁ ଚରଣ ପ୍ରଧାନ, ବବିତା ପ୍ରଧାନ, ଆମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖି ଥିଲେ। ଶ୍ରେୟା ସାମଲ, ସୁଲତାନ ମହାରଣା, ସଭା ସ°ଯୋଜନାରେ କରିଥିଲା ବେଳେ ଦିଲ୍ଲପ ପ୍ରଧାନ, ସର୍ବେଶ୍ଵର ପ୍ରଧାନ ଏଥିରେ ସହଯୋଗ ପ୍ରଦାନ କରିଥିଲେ ।

Exit mobile version