ମା, ତାରିଣୀ କମ୍ପ୍ୟୁଟର ଏକାଡେମୀ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

୧୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) କଟକ :-> କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ତେଲଙ୍ଗାପେଣ୍ଠ ନିକଟସ୍ଥ କୁମ୍ଭରାଜପୁର ଠାରେ ଥିବା , ମା ତାରିଣୀ କମ୍ପ୍ୟୁଟର ଏକାଡେମୀ ପକ୍ଷରୁ ଆଜି ୭୭ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କମ୍ପ୍ୟୁଟର ଏକାଡେମୀର ଅଧ୍ୟକ୍ଷ ସୁନିଲ କୁମାର ଜେନାଙ୍କ ସଭାପତିତ୍ୱରେ

ଆୟୋଜିତ ଉତ୍ସବରେ ସାମ୍ବାଦିକ କାନନ ବିହାରୀ ଜେନା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଶ୍ରୀ ନାୟକ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଗାନ୍ଧୀଙ୍କ ଅହିଂସାଭାବ ଆଚରଣ କୁ ପାଥେୟ କରି କାର୍ଯ୍ୟ କଲେ ଦେଶ ଏବଂ ସମାଜର ବିକାଶ ହୋଇପାରିବ ବୋଲି

ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ସାମ୍ବାଦିକ ସତ୍ୟ ରଞ୍ଜନ ଦାସମହାପାତ୍ର ଯୋଗ ଦେଇଥିଲେ । ଶିକ୍ଷକ ଶରତ କୁମାର ମହାନ୍ତି, ଗୋପାଳ ସେଠୀ, ଶିକ୍ଷୟିତ୍ରୀ ନିନି ଜେନା, ସୁଚିତ୍ରା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version