ମାହାଙ୍ଗାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ , 162 ୟୁନିଟ୍ ରକ୍ତ ସଂଗୃହିତ

ଓଡିଶା ତାଜା ନ୍ୟୁଜ୍ (୩୦ ଜୁନ୍ ମଙ୍ଗଳବାର )କଟକ, ମାହାଙ୍ଗା :- ମାହାଙ୍ଗା ବ୍ଲକ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପଂଚାୟତରାଜ ମନ୍ତ୍ରୀଙ୍କ ତତ୍ୱାବଧାନରେ ଆଜି ବ୍ଲକସ୍ତରୀୟ ଜୀବନ ବିନ୍ଦୁ କାର୍ଯ୍ୟ କ୍ରମ ଗୌଡପଡା ଡ଼ାକବଙ୍ଗଳା ପରିସରରେ ଅନୁଷ୍ଠିନ ହୋଇଯାଇଛି । ଏହି ଜୀବନ ବିନ୍ଦୁ କାର୍ଯ୍ୟ କ୍ରମକୁ ମାହାଙ୍ଗା ପଂଚାୟତ ସମିତି ଅଧକ୍ଷ ଶରତ ନାୟକ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ତଥା ପଂଚାୟତ ରାଜ ମନ୍ତ୍ରୀଙ୍କ ବ୍ୟକ୍ତିଗତ ପ୍ରତିନିଧି ଉମାଶଙ୍କର ବିଶ୍ୱାଳ, ସମ୍ମାନିତ ଅତିଥିଭାବେ ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା,

ବ୍ଲକ ବିଜୁ ଜନତା ଦଳ ସଭାପତି ଶରତ ମହାପାତ୍ର , ବ୍ଲକ ବିଜେଡି ଉପସଭାପତି ସଦାଶିବ ଦାସ ଛାତ୍ର ବିଜେଡି ସଭାପତି ସମ୍ପାଦକ ପ୍ରମୁଖ ଯୋଗଦେଇ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର ମୁଳ ଲକ୍ଷ ସମ୍ପର୍କରେ ଅବଗତ କରିବା ସହ କରୋନା ମହାମାରୀ କୁ ପଛରେ ରକ୍ତ ଦାତା ମାନଙ୍କୁ କୃତଜ୍ଞତା ଜଣାଇବା ସହ ପ୍ରକୃତ କରୋନା ଯୋଦ୍ଧା ବୋଲି ଅବିହିତ କରିଥିଲେ । ଏହି ରକ୍ତଦାନ ଶିବିରରେ କଟକ ରେଡ କ୍ରସ ସୋସାଇଟି ର ଅଧିକାରୀ ମାନେ ଉପସ୍ଥିତ ରହି 162 ଇଉନିଟ ରକ୍ତ ସଂଗ୍ରହ କରିଥିଲେ ।

ଏଥିରେ ବ୍ଲକ ଉପଧକ୍ଷ ପ୍ରତିନିଧି ରୀୟଜୁଲ ହୋଦା, ସମାଜସେବି ପ୍ରଶାନ୍ତ ପଟ୍ଟନାୟକ , ଉପସ୍ଥିତ ରହିଥିବାବେଳେ ବିଜୁ ଛାତ୍ର ଜନତା ଦଳ ସଭାପତି ସ୍ୱାଧୀନ ମହାନ୍ତି, ଛାତ୍ର ନେତା ପ୍ରଦୀପ୍ତ ବିଶ୍ୱାଳ, କ୍ଷମା ସାଗର ଦାସ, ଦେବୀପ୍ରସାଦ ପଳେଇ ହିତେଶ ରାଉତ, ଅନୁପ ମିଶ୍ର, ସମ୍ବିତ ମହାନ୍ତି, ତ୍ରିନାଥ ଜେନା ଦେବାଶିଷ ବେହେରା, ମନୋଜ ସାହୁ, ସମେତ ବିଜୁ ଯୁବ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । (ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ )

Exit mobile version