ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ତେଜସ୍ କୋଚ୍ ସହିତ ଶୁଭାରମ୍ଭ

୧୪ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) ଖୋର୍ଦ୍ଧା – ଜଟଣୀ  :-> ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମାନ୍ୟବର କେନ୍ଦ୍ର ରେଳ,ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ତେଜସ୍ କୋଚ୍ ସହିତ ଚଳା,ଚଳକୁ ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିଛନ୍ତି | ଏହି ଅବସରରେ ଆୟୋଜିତ ସଭାରେ ଯୋଗଦାନ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ,ତେଜସ୍ କୋଚ୍ ସହିତ ରାଜଧାନୀ ଏକ୍ସପ୍ରେସ୍ ଚଳାଚଳ ଦ୍ୱାରା ଉନ୍ନତ ଆଧୁନିକ ଆରାମ ଦାୟକ ଉପଲବ୍ଧି ସହିତ ଟ୍ରେନ୍ ଯାତ୍ରା ଅଭିଜ୍ଞତାର ନୂତନ ଦିଗନ୍ତ ଉପଲବ୍ଧ ହେବ|

ଏହି ଅବସରରେ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ କେନ୍ଦ୍ର ସରକାର ଚଳିତ ବର୍ଷ ଓଡିଶାରେ ରେଳବାଇ ଭିତ୍ତିଭୂମି ବିକାଶ ପାଇଁ ୧୦,୦୧୨ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି, ଯାହା ୨୦୧୪ ପୂର୍ବରୁ ମାତ୍ର ୮୦୦-୯୦୦ କୋଟି ଟଙ୍କା ଥିଲା|ଅମୃତ ଭାରତ ଯୋଜନା ମାଧ୍ୟମରେ ଓଡିଶାର ୨୫ ଟି ରେଳ ଷ୍ଟେସନର ବିକାଶ ମୂଳକ କାର୍ଯ୍ୟ ଆରମ୍ଭ ହୋଇଛି| ଓଡ଼ିଶାରେ ଏବେ ରେଳବାଇର କାର୍ଯ୍ୟ ବିଳମ୍ବିତ ସମ୍ପର୍କରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଲୋକମାନେ କଟକ, ଭୁବନେଶ୍ୱର ଏବଂ ପୁରୀ ରେଳ ଷ୍ଟେସନର ପୁନଃ ବିକାଶର ଉଦାହରଣ ଦେଖିପାରିବେ, ଯେଉଁଠାରେ କାର୍ଯ୍ୟ ଜୋର,ସୋରରେ ଚାଲିଛି ଏବଂ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସ୍ୱାଗତ ଯୋଗ୍ୟ ଅଟେ |

ଏହାପୂର୍ବରୁ ଶ୍ରୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନକୁ ଯାଞ୍ଚ କରି ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶ ପାଇଁ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ | ଭୁବନେଶ୍ୱର ରେଳ ଷ୍ଟେସନରେ ପ୍ରଦର୍ଶିତ ବିଭାଜନ ଭୟାବହ ସ୍ମୃତି ଦିବସରେ ଆୟୋଜିତ ଫଟୋ ପ୍ରଦର୍ଶନୀକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଶ୍ରୀ ବୈଷ୍ଣବ ପରିଦର୍ଶନ ମଧ୍ୟ କରିଥିଲେ ପରେ ଶ୍ରୀ ବୈଷ୍ଣବ ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳବାଇ କାର୍ଯ୍ୟାଳୟରେ ଟ୍ରେନ୍ ମ୍ୟାନେଜମେଣ୍ଟ ସେଣ୍ଟର (ଟିଏମସି) ବିଲଡିଙ୍ଗର ଉଦଘାଟନ କରିଥିଲେ | ଖୋର୍ଦ୍ଧାରୋଡ଼ ପରିସୀମା ମଧ୍ୟରେ ଟ୍ରେନ ମାନଙ୍କର ଚଳାଚଳ ସମ୍ବନ୍ଧରେ ପ୍ରକୃତ ସମୟ ଟ୍ରେନ୍ ସ୍ଥିତି ଖୋର୍ଦ୍ଧା ରୋଡ୍ ସ୍ଥିତ ଟ୍ରେନ୍ ମ୍ୟାନେଜମେଣ୍ଟ ସେଣ୍ଟରରୁ ଜଣା ପଡିବ ଯାହା ପୂର୍ବରୁ ଟ୍ରେନର ଆଗମନ ରିପୋର୍ଟ ପାଇବା ପାଇଁ କେବଳ ଷ୍ଟେସନ ମାନଙ୍କରୁ ଉପଲବ୍ଧ ହେଉଥିଲା |

ଏହା ବ୍ୟତୀତ,ଷ୍ଟେସନ ମ୍ୟାନେଜରଙ୍କ ରିପୋର୍ଟକୁ ଅପେକ୍ଷା ନକରି ଠିକ୍ ସମୟରେ ଯେକୌଣସି ବିଫଳତା ଏହା ମାଧ୍ୟମରେ ଜଣାପଡିବ|ଯାତ୍ରୀ ଘୋଷଣା ପ୍ରଣାଳୀ ଏବଂ କୋଚ୍ ସୂଚକ ପ୍ରଦର୍ଶନ ମଧ୍ୟ ଏହା ସହିତ ଏକୀଭୂତ ହୋଇଛି | ଦୁଇଟି ଭିନ୍ନ କଣ୍ଟ୍ରୋଲ୍ ବୋର୍ଡ ମଧ୍ୟରେ ଥିବା ମଧ୍ୟବର୍ତ୍ତୀ ଷ୍ଟେସନ୍ ମାନଙ୍କର ସମନ୍ୱୟ ସହଜ ହେବ ଯେହେତୁ ଆସୁଥିବା ଟ୍ରେନ୍ ବିଷୟରେ ପୂର୍ବାନୁମାନ ପାଇଁ ଟ୍ରେନ ପରିଚାଳନା ବିଭାଗ ସେମାନଙ୍କ ସହିତ ପୃଥକ ଭାବରେ କଥା ହେବାକୁ ପଡୁଥିଲା|ସମସ୍ତ ଟ୍ରେନ୍ ଚଳାଚଳ ସୂଚନା ପରଦାରେ ପ୍ରଦର୍ଶିତ ହେବ|

ଭୁବନେଶ୍ୱର ସେଣ୍ଟ୍ରାଲ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଭୁବନେଶ୍ୱର ରେଳ ଷ୍ଟେସନରେ ଏହି ଅବସରରେ ଯୋଗଦାନ କରିଥିଲେ|ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ|ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏଚ୍ ଏସ୍ ବାଜୱା ମଧ୍ୟ ଏହି ଅବସରରେ ମଞ୍ଚରେ ଉପସ୍ଥିତ ଥିଲେ |  ଆଜି ଶୁଭାରମ୍ଭ ଦିବସରେ ଏହି ଟ୍ରେନ ଏକ ସ୍ୱତନ୍ତ୍ର ଟ୍ରେନ ଭାବେ ଯାତ୍ରା କରିଛି | ସମ୍ବଲପୁର ମାର୍ଗ ଦେଇ ଚଳାଚଳ କରୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଆସନ୍ତା ଶନିବାର ଠାରୁ ତେଜସ୍ କୋଚ୍ ସହିତ ଚଳାଚଳ କରିବ|ଅନ୍ୟ ମାର୍ଗରେ ଚଳାଚଳ କରୁଥିବା ରାଜଧାନୀ ଏକ୍ସପ୍ରେସ ଗୁଡିକରେ ଖୁବ୍ ଶୀଘ୍ର ଅନ୍ୟ ତେଜସ କୋଚ ରେକ ଉପଲବ୍ଧ ପରେ କିଛି ଦିନ ବ୍ୟବଧାନ ମଧ୍ୟରେ ଚଳାଚଳ କରିବ|

Exit mobile version