ବିବାହିତ ମହିଳା ଏକମାସ ଧରି ନିଖୋଜ

୧୪ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) କଟକ :-> କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗ ପ୍ରଧାନ ଗ୍ରାମର ସନ୍ତୋଷ କୁମାର ବେହେରାଙ୍କ ସ୍ତ୍ରୀ ସବିତା ନାୟକ ବୟସ (୨୪ ) ବର୍ଷ, ଗତ ଜୁଲାଇ ମାସ ୧୭ ତାରିଖ ଠାରୁ ନିଖୋଜ ଅଛନ୍ତି । ଏନେଇ ସନ୍ତୋଷ ସଦର ଥାନାରେ ଅଭିଯୋଗ କରିଛନ୍ତି । ଦୀର୍ଘ ଏକ ମାସ ଧରି ସବିତା ନିଖୋଜ ଥିବାରୁ ସ୍ୱାମୀ ସନ୍ତୋଷ ବିଭିନ୍ନ ସ୍ଥାନ ଖୋଜି ସ୍ତ୍ରୀକୁ ନପାଇବାରୁ ନିରାଶ ହୋଇ ଦିନ କାଟୁଛନ୍ତି ।

ନିଖୋଜ ସବିତାର ଉଚ୍ଚତା ୫ ଫୁଟ । ରଙ୍ଗ ଶ୍ୟାମଳ ବର୍ଣ୍ଣ , ଗୋଲ ମୁହଁ , ଓଡିଆରେ କଥାବାର୍ତ୍ତା କରନ୍ତି । ସେ ଘରୁ ଗଲାବେଳେ ଏକ କଳାରଙ୍ଗର ଗାଉନ ପିନ୍ଧିଥିଲେ । ତାଙ୍କର ଏକ ଛୋଟ ପୁଅ ଅଛି । ଯଦି କୌଣସି ବ୍ୟକ୍ତି ସବିତାଙ୍କ ଦେଖନ୍ତି ,

ତେବେ ସ୍ୱାମୀ ସନ୍ତୋଷ କୁମାର ନାୟକଙ୍କ ସହିତ ମୋବାଇଲ ନମ୍ବର ୯୩୪୮୪୫୨୫୫୧ କିମ୍ୱା ସବିତା ଙ୍କ ଭାଇ ମୋବାଇଲ ନମ୍ବର -୮୦୯୩୬୨୭୨୭୦ ଅଥବା କଟକ ସଦର ଥାନାର ଏ ଏସ ଆଇ ବିଜୟ କୁମାର ଦାସଙ୍କ -୯୪୩୭୨୩୩୬୦୫ ନମ୍ବରରେ ଯୋଗ ଯୋଗ କରିବାକୁ ଅନୁରୋଧ । ଖବର ଦେଇଥିବା ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ପୁରଷ୍କାର ପ୍ରଦାନ କରାଯିବ ।

Exit mobile version