୧୪ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) ରାୟଗଡା :-> ରାୟଗଡା ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ପକ୍ଷରୁ ଚଳିତ ୧୨ ଓ ୧୩ ତାରିଖ ଧରି ଦୁଇ ଦିନିଆ ରାଜ୍ୟସ୍ତରୀୟ ଯୁବ ଶିବିର ସ୍ଥାନୀୟ ଗାୟତ୍ରୀ ନଗର ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ପ୍ରାନ୍ତୀୟ ଯୁବ ପ୍ରତିନିଧି ସନ୍ତୋଷ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ରାୟଗଡା ଶାଖାର ନିର୍ଦ୍ଦେଶକ ରାଜେଶ କୁମାର ପାଢ଼ୀ ଏବଂ ଅବସର ପ୍ରାପ୍ତ ଆୟକର ଅଧିକାରୀ ଚିତ୍ତ ରଞ୍ଜନ ପାତ୍ରଙ୍କ ଦ୍ଵାରା ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାର ଜୋନାଲ ସଂଯୋଜକ ନାଗେଶ୍ଵର ପ୍ରସାଦ ସିଂହ,
