ତିନି ଦଫା ଦାବି ନେଇ ବ୍ଲକ ଘରିଲେ ବାର୍ଦ୍ଧକ୍ଯ ଭତ୍ତା ହିତାଧିକାରୀ

୧୪ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) ପାଟଣାଗଡ :-> ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡ଼ା ବ୍ଲକ ର ବାର୍ଦ୍ଧକ୍ଯ ଓ ବିଧବା ହିତାଧିକାରୀ ମାନେ ବେଲପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକତ୍ରୀତ ହେଇ ରାଲି ରେ ବାହାରି ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ବିଭିନ୍ନ ପ୍ରକାର ନାରା ଯାଥା 500 ଟଙ୍କା ଙ୍କା ପାରିବତେ 3000 ଟଙ୍କା କରାଯାଉ , ସମସ୍ତ୍ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚୟନ କରି ଭତା ପ୍ରଦାନ କରାଯାଉ ।

ବ୍ୟାଙ୍କ୍ ପରିବର୍ତେ ସମସ୍ତ ହିତାଧିକାରୀ ମାନଙ୍କୁ ହାତାହାତି ଭତା ଟଙ୍କା ପ୍ରଦାନ କରାଯାଉ ବୋଲି ନ।ରା ଦେଇଧାରଣା ଦେଇଥିଲେ। ବେଲପଡ଼ା ବ୍ଳକ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପସ୍ଥିତ ଥିବାରୁ ବେଲପଡ଼ା ତସିଲ ଦାର ପ୍ରଶାନ୍ତି ପ୍ରଧାନ ଧାରଣ ସ୍ତଳ କୁ ଆସି ଦାବୀ ପତ୍ର ଗ୍ରହଣ କରିଥିଲେ ।

ଓ ଏ ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଅବଗତ କରିବି ବୋଲି ବେଲପଡ଼ା ତସିଲଦାର ଆନ୍ଦୋଳନ କାରୀ ମାନଙ୍କୁ କହିଥିଲେ। ଧାରଣା ରେ ବେଲପଡ଼ା ବ୍ଲକ ର ବହୁ ସଂଖ୍ୟାରେ ବିଧବା ମହିଳା ଓବାର୍ଦ୍ଧକ୍ଯ ଭତ୍ତା ପାଉନଥିବା ହିତାଧିକାରୀ ମାନେ ଅଂଶଗ୍ରହଣ କରିଥିଲେ । ଉକ୍ତ ଦାବି ପ୍ରଦାନ ବେଳେ କୋଷଲ ମୁକ୍ତି ମୋର୍ଚା ର ଦାନର ଦନ ସିଂ, ଜିତୁ ନାଏକ, ସୁଶୀଲ କୁମାର ଗୁରୁ, ସିପୁନ୍ ଖମାରି ପ୍ରମୁଖ ନେତୃତ୍ଵ ନେଇଥିଲେ ।

Exit mobile version