ଗ୍ରାମାଞ୍ଚଳ ରେ KIDZEE ପ୍ଲେ ସ୍କୁଲ ର ଶିକ୍ଷାଦାନରେ ଶୁଭାରମ୍ଭ

୧୩ ଅଗଷ୍ଟ ଶୁକ୍ରବାର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) ନିଆଳି  :-> କଟକ ଜିଲ୍ଲା ନିଆଳି ଅପୁଜା ଠାରେ ନିଶାକର ଏଜୁକେସନାଲ ଟ୍ରଷ୍ଟ ସହଯୋଗ ରେ ଦେବୀ ଅମ୍ବା ଭବାନୀ ପବ୍ଲିକ ସ୍କୁଲ ନାମକ Kidzee ପ୍ଲେ ସ୍କୁଲ ରେ କ୍ଲାସ ଆରମ୍ଭ ହୋଇଛି । ଗ୍ରାମାଞ୍ଚଳ ରେ ଉନ୍ନତ ଧରଣର ଶିକ୍ଷା ବ୍ୟବସ୍ଥା ଏବଂ ମାଗଣା ଶିକ୍ଷା ପ୍ରଦାନ କରିବା ପାଇଁ ଟ୍ରଷ୍ଟି ଶରତ ଚନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି.. ଛୋଟ ଛୋଟ ପିଲାଙ୍କୁ ଖେଳ, ସ୍ନେହ ଶ୍ରଦ୍ଧା ଦେଇ ପାଠ ପଢେଇବା ପାଇଁ ଏଠାରେ ସବୁ ବ୍ୟବସ୍ଥା କରାଯାଇଛି.. ପିଲାମାନଙ୍କ ଭବିଷ୍ୟତ କୁ ଧ୍ୟାନ ଦେଇ ଭବିଷ୍ୟତ ରେ ପିଲା ମାନେ କିଭଳି ପ୍ରତିକୂଳ ପରିସ୍ଥିତି କୁ ସାମ୍ନା କରିବେ ସେ ଦିଗରେ ବିଶେଷ ଧ୍ୟାନ ଦେବା ପାଇଁ ବ୍ୟବସ୍ଥା ରହିଛି.. Cbse ଢାଞ୍ଚା ରେ ଆରମ୍ଭ ହୋଇଥିବା kidzee ସ୍କୁଲ ରେ ବର୍ତ୍ତମାନ ୧୫୦ଛାତ୍ର ଛାତ୍ରୀ ଆଡ଼ମିଶନ କରିଛନ୍ତି.  ପିଲାମାନଙ୍କୁ ମାଗଣା ବହି, ୟୁନିଫର୍ମ, ଶିକ୍ଷା ଦିଆଯିବା ର ବ୍ୟବସ୍ଥା ରହିଛି. 

ଅନୁଭୁତି ସମ୍ପନ୍ନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏଠାରେ ଶିକ୍ଷାଦାନ କରୁଛନ୍ତି… ଆଗାମୀ ଦିନରେ Kidzee play school ଟି ଗ୍ରାମାଞ୍ଚଳ ରେ ଏକ ଆଲୋକବର୍ତ୍ତିକା ହେଉ ଏହାହିଁ ଆଶା କରିଥିଲେ । ଏହି Kidzee play School ଟି ଏକ ଆଦର୍ଶ school ହୋଇ ପିଲା ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ସହ ଚରିତ୍ର ଗଠନ ଦିଗରେ ସହାୟକ ହୋଇ ପାରିବ ବୋଲି ଉପସ୍ଥିତ ଅଭିଭାବକ ମାନେ ଆଶା ବ୍ୟକ୍ତ କରିଥିଲେ । ଆଉ ମଧ୍ୟ school ନିଜର ଦାୟିତ୍ଵ ବହନ କରି କିଭଳି କୁନି ପିଲାଟି ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ହୋଇ ପାରିବ ଏବଂ ଉତ୍ତମ ଚରିତ୍ର ସଂସ୍କାର ସହ ଭବିଷ୍ୟତରେ ଗୋଟେ ଭଲ ମଣିଷ ହୋଇ ପାରିବ ।

ସେଥି ପ୍ରତି ମୁଁ ମୋର ହୃଦୟ ସହକାରେ ଭାବେ ବାଜି ଲଗେଇବା ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି ଉପସ୍ଥିତ ଟ୍ରଷ୍ଟି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମଲ୍ଲିକ ଆୟୋଜିତ ଉତ୍ସବରେ ଦୃଢ଼ ଭାବେ କହିଛନ୍ତି । ଏହି ଉତ୍ସବ ରେ ନିଶାକର ଏଜୁକେସନାଲ ଟ୍ରଷ୍ଟ ର ସେକ୍ରେଟାରୀ ଜିନୁ ବାଳା ମଲ୍ଲିକ ଯୋଗ ଦେଇ କୁନି କୁନି ପିଲା ମାନଙ୍କର ଭବିଷ୍ୟତ ଗଠନ ଓ ଉତ୍ତମ ଚରିତ୍ର କିପରି ହୋଇପାରିବ ସେ ଦିଗରେ ସବୁ ପ୍ରକାରର ସେ ସହଯୋଗ କରିବେ ବୋଲି ପ୍ରତି ସୃତି ଦେଇଥିଲେ।School ର principal ଶ୍ରୀମତୀ କ୍ରିଷ୍ଣା ସରକାର ପିଲାମାନଙ୍କୁ ଉତ୍ତମ ଭାବେ ଗଢ଼ି ତୋଳିବା ପାଇଁ ମୁଁ ମୋ ପିଲା ମାନଙ୍କ ପରି ଦେଖିବି ବୋଲି ଛାତ୍ରା ଅଭିଭାବକ ମାନଙ୍କୁ କହି ଥିଲେ । ଏହି ଉତ୍ସବରେ ଶତାଧିକ ଅଭିଭାବକ ଯୋଗ ଦେଇଥିଲେ ।

Exit mobile version