ସ୍ମୃତି ସଭା ଓ ସ୍ୱଛାସେବୀ ସଂଗଠନ ମାନଙ୍କୁ ସମ୍ବର୍ଦ୍ଧନା ଅନୁଷ୍ଠିତ

୧୩ ଅଗଷ୍ଟ ଶୁକ୍ରବାର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) ପୁରୀ :-> ଗୋବିନ୍ଦ ପ୍ରସାଦ ମହାନ୍ତି ଙ୍କ ପରିଚୟ ପାଇଁ ତାଙ୍କ ନାମ ହିଁ ଯଥେଷ୍ଟ।ସେ ମଣିଷ ନ ଥିଲେ ବରଂ ସେ ଏକ ଅନୁଷ୍ଠାନ ହୋଇ ଯାଇଥିଲେ।ଗୋ ସେବା ଓ ସ୍ୱଛାସେବୀ କାର୍ଯ୍ୟ ପାଇଁ ସେ ପୁରୀରେ ଚିର ସ୍ମରଣୀୟ ହୋଇ ରହିଥିବେ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି।ଆଜି ଅପରାହ୍ନ ରେ ଟାଉନ ହଲ ଠାରେ ବିଶିଷ୍ଟ ସ୍ୱଛାସେବୀ ତଥା ଗୋ ସେବକ ଗୋବିନ୍ଦ ପ୍ରସାଦ ମହାନ୍ତି ଙ୍କ ସ୍ମୃତି ଚାରଣ ଓ ଚଳିତ ରଥଯାତ୍ରା ରେ ବିଭିନ୍ନ ସେବା ଯୋଗାଇ ଦେଇଥିବା ସ୍ୱଛାସେବୀ ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ,

ମୁଖ୍ୟ ବକ୍ତା ଭାବେ ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର, ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର, ଉପ ଜିଲ୍ଲାପାଳ ଭବତାରଣ ସାହୁ,ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ମହାନ୍ତି ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ୱଛାସେବୀ ଙ୍କ ରଥଯାତ୍ରା ରେ ସେବା ର ଭୂୟସୀ ପ୍ରଶଂସା କରି ଭବିଷ୍ୟତରେ ମଧ୍ୟ ପ୍ରଭୁ ଙ୍କ ସେବା ରେ ଏମିତି ସହଯୋଗ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସ୍ୱାଗତ ଅଭିଭାଷଣ ଓ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଭାରତ ବିକାଶ ପରିଷଦର ପ୍ରାନ୍ତ ସଂଗଠନ ସଂପାଦକ ସୌମେନ୍ଦ୍ର ଦାସ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପରିଷଦର କ୍ଷେତ୍ରୀୟ ମହାସଚିବ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି ଅବସରରେ ସ୍ୱର୍ଗତ ମହାନ୍ତି ଙ୍କ କନ୍ୟା କ୍ରିଷ୍ଣା ପ୍ରିୟଦର୍ଶିନୀ ଙ୍କୁ ସ୍ୱର୍ଗତ ମହାନ୍ତି ଙ୍କ ଫଟୋ ଚିତ୍ର ଓ ପ୍ରଶସ୍ତି ପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ରଥଯାତ୍ରା l

ରେ ବାଘ ମଙ୍ଗଳଲଲା ପରିବାର ର ଚିଆର ମିୟାନ Mr. ଅରବିନ୍ଦ sahoo ,ଅଭିମନିୟୁ ୱେଲଲ ଫେୟାର ର ଚିଆର ମିୟାନ ଅଭିମନ୍ୟୁ ସାମନ୍ତରାୟ ,ST. jhon ଆବୁଲନ୍ସ ର women କମାଣ୍ଡୋର Rashmi ଦଶମହାପାତ୍ର l ଭଳି କେତେ ସମାଜ ସେବି ସହଯୋଗ ଓ ସେବା ଯୋଗାଇ ଦେଇଥିବା ଅନୁଷ୍ଠାନ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ପ୍ରାରମ୍ଭରେ ସ୍ୱର୍ଗତ ମହାନ୍ତି ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ନୀରବ ପ୍ରାର୍ଥନା କରାଯାଇଥିଲା ।

Exit mobile version