ତୃତୀୟ ବିଶ୍ୱ ନିୟନ୍ତାଙ୍କ ରଥ ସେବା ସମ୍ମାନ

୨୦୨୩ (ଓଡ଼ିଶା ତାଜା ନ୍ୟୁଜ) ପୁରୀ  :-> ଚଳିତ ବର୍ଷ ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଶେଷ ହୋଇଛି । ବିପୁଳ ଭକ୍ତଙ୍କ ସମାଗମ ସତ୍ତ୍ୱେ ସମସ୍ତଙ୍କ ସହଯୋଗ ସର୍ବୋପରି ବିଶ୍ୱନିୟନ୍ତାଙ୍କ ଆଶୀର୍ବାଦ ରୁ ଏହା ସଫଳ ହୋଇଛି।ତେଣୁ ରଥ ନିର୍ମାଣ ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିବା ସେବାୟତ, ରଥ ସେବକ, ପ୍ରଶାସନିକ କର୍ମକର୍ତ୍ତା,ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ଧନ୍ୟବାଦ ର ପାତ୍ର ବୋଲି କହିଛନ୍ତି ଅତିଥି ମାନେ।ଆଜି ପୁରୀ ରାଜଭବନ ପରିସରରେ ରଥସେବା ସମ୍ମାନ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ରଥଯାତ୍ରା ଳ ସଫଳତା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନ ରେ ପୁରୀ ଏକ ଶ୍ରେଷ୍ଠ ଧାର୍ମିକ ଓ ପର୍ଯ୍ୟଟନ କ୍ଷେତ୍ରରେ ପରିଗଣିତ ହେବ ବୋଲି କହିଥିଲେ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ମହାପ୍ରଭୁଙ୍କ ଯାତ୍ରାକୁ ନିଜେ ମହାପ୍ରଭୁ ପରିଚାଳନା କରନ୍ତି।ତେବେ ଆମେ ସମସ୍ତେ ସହଯୋଗୀ ଭାବେ କାର୍ଯ୍ୟ କରି ଏହାକୁ ସଫଳ କରି ପାରିବା ବୋଲି କହିଥିଲେ।ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ର ଅଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ନାଲକୋ ର ଅଧ୍ୟକ୍ଷ ତଥା ଏମ ଡି ଶ୍ରୀଧର ପାତ୍ର,

ଓଡିଶା ମୋ ପରିବାର ଳ ସଂଯୋଜକ ଶୁଭାଶିଷ ଖୁଣ୍ଟିଆ ପ୍ରମୁଖ ରଥ ନିର୍ମାଣ, ରଥଯାତ୍ରା ଠାରୁ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ର ସେବା ଅତ୍ୟନ୍ତ ଉଚ୍ଚ କୋଟିର ଓ ଏହି ସମସ୍ତ ସେବା ର ସେବକ ମାନଙ୍କ ନିଷ୍ଠାପର ଓ ସମର୍ପିତ ସେବା ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ।ପ୍ରାରମ୍ଭରେ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ର ସଂପାଦକ ରାଜେଶ କୁମାର ମହାନ୍ତି ସମସ୍ତଙ୍କୁ ସ୍ୱାଗତ,ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।ସଂଯୋଜକ ଶ୍ୟାମ ସୁନ୍ଦର ସେନାପତି ଓ ବିଶ୍ୱନାଥ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।ଉପଦେଷ୍ଟା ଗୌରହରି ପ୍ରଧାନ,

ମୁଖ୍ୟ ସଂଯୋଜକ ହେକ୍ଟର ମିଶ୍ର ,ସଂଗଠନ ସଂପାଦକ ସତ୍ୟବ୍ରତ ଦାସ,କୋଷାଧ୍ୟକ୍ଷ ନାରାୟଣ ପାତ୍ର, ପୁଷ୍କର ସାହୁ, ପୂର୍ଣ୍ଣ ଚନ୍ଦ୍ର ଓଝା, ଦାମୋଦର ଶତପଥୀ ଓ ଅନ୍ୟାନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ।ପରେ ଅତିଥି ମାନେ ସେବାୟତ, ରଥ ନିର୍ମାଣ ସେବକ, ପ୍ରଶାସନିକ ଅଧିକାରୀ ଓ ଅନ୍ୟାନ୍ୟ କ୍ଷେତ୍ରର ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରି ଥିଲେ। ଆରମ୍ଭ ହେଉଥିବାରୁ ଆଉ ଏକ ମାସ ଧରି ଜଳଲାଗି ହେବ ନାହିଁ।ପୁନଶ୍ଚ ଆସନ୍ତା ଅଗଷ୍ଟ ୨୧ ଓ ୨୮ ତାରିଖରେ କାଉଡିଆ ଭକ୍ତ ମାନେ ଜଳଲାଗି କରି ପାରିବେ । ପୁରୀରୁ ଓଡ଼ିଶା ତାଜା ନ୍ୟୁଜ ,Rashmidash mohapatra  

 

Exit mobile version