୧୩ ଅଗଷ୍ଟ ଶୁକ୍ରବାର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) କୋରାଇ :-> ଓଡ଼ିଶାର କବି ଜୟଦେବ । ତାଙ୍କ ଲିଖତ ଗୀତଗୋବିନ୍ଦ ଭକ୍ତିରସର ଅତୁଳନୀୟ ଭଣ୍ଡାର । ତେଣୁ ସେ ଖାଲି ଓଡ଼ିଶାର ନୁହେଁଳି ବଙ୍ଗଳାର ନୁହେଁ, ଜାତୀୟ କବିଭାବେ ପରିଚିତ ବୋଲି କୋରାଇ ମଣ୍ଡଳ ସାହିତ୍ୟ ସଂସଦର ଶ୍ରୀ ଜୟଦେବ ଉତ୍ସବର ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ରବିବାର ଜୋରାଇର ଧନେଶ୍ୱର ପଂଚାୟତ ଅନ୍ତର୍ଗତ ପଣ୍ଡୁଳା(ମୃତ୍ୟୁଞ୍ଜୟପୁର) ସ୍ମିତ ହିଙ୍ଗୁଳା କଲ୍ୟାଣ ମଣ୍ଡପ ଠାରେ ସଂସଦର ଆଲୋଚନା ଚକ୍ର, ସମ୍ବର୍ଜନା ସଭା ଓ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଥିଲା ।
ମଧ୍ୟାହ୍ନରେ ଦ୍ଵିତୀୟ ଅଧୂଶନ ସଭାପତି ନନ୍ଦକିଶୋର ସିଂହଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା ଓ ଜୟଦେବଙ୍କ ଉପରେ ଆଲୋଚନା ଚକ୍ରକୁ ଜସ୍ତୁରୀର ସଂପାଦକ ପ୍ରାଧ୍ୟାପକ ଅକ୍ଷୟକୁମାର ମହାନ୍ତି ସଂଚାଳନା କରିଥିଲେ । ମୁଖ୍ୟଅତିଥିଭାବେ ଜଳିଙ୍ଗନଗରର ଅତିରିକ୍ତ ଜିଲାପାଳ ସନ୍ତୋଷକୁମାର ମିଶ୍ର ଯୋଗଦେଇ ଜୟଦେବଙ୍କ ‘ଗୀତଗୋବିନ୍ଦ’ ହନ୍ଦୁଧର୍ମର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କର ପ୍ରିୟ ବୋଲି ମତବ୍ୟକ୍ତ କରିଥିଲେ ।
ସମ୍ମାନିତ ଅତିଥିଭାବେ ଯାଜପୁର ଜିଲା ଲେଖକ ସମ୍ମିଳନର ସଭାପତି ଡା.ରୁଦ୍ରନାରାୟଣ ପୃଷ୍ଟି ଯୋଗଦେଇ କବିଙ୍କ କବିତାରେ ବର୍ଷା ଶୃଙ୍ଗାର ଓ ସମ୍ଭାବନା ସୃଷ୍ଟି କରରିଥାଏ ବୋଲି ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ । ବିରାଭାବେ ଅଧ୍ୟାପକ ସୁବ୍ରତ ଦାସ ଓ ପଣ୍ଡିତ ଅଶୋକ କୁମାର ପତି ଯୋଗଦେଇ ଜୟଦେବଙ୍କ ଉପରେ ଆଲୋଚନା କରିଥିଲେ । ସଂସଦର କାର୍ଯ୍ୟନିର୍ବାହୀ ସଂପାଦକ ଦୟାନିଧ୍ ନାୟକ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଅନୁଷ୍ଠାନର ସଂପାଦକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଟିଆ ବିଚରିଣୀ ପ୍ରଦାନ କରିଥିଲେ ।
ଏହି ଅବସରରେ ଅତିଥିଙ୍କ ଦ୍ବାରା ଚଳିତ ବର୍ଷର ‘ଜୟଦେବ ସମ୍ମାନ’ ସୂଶ୍ରୀ ଅଙ୍କିତା ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା ବେଳେ ‘କିଶୋରଚନ୍ଦ୍ର ଦାସ ଜଳା ସମ୍ମାନ’ ବିଶିଷ୍ଟ ନାଟ୍ୟକାର ମନୋରଞ୍ଜନ ଦାସ ଓ ‘ଗାୟକ ନଟରାଜ କଳା ସମ୍ମାନ’ ପାଲାସଙ୍ଗୀତକାର ସୁରେନ୍ଦ୍ର ସାହୁଙ୍କୁ ପ୍ରଦାନ କରାଯାଇଥିଲା ବେଳେ ଓସିଏସ ପରୀକ୍ଷା ସଫଳ ହୋଇ କୋରାଇ ଅଂଚଳ ପାଇଁ ଗୌରବ ଆଣି ଦେବବ୍ରତ ପାଢୀ ଓ ସୁଶ୍ରୀ ସୁଚେତା ମିଶ୍ରଙ୍କୁ ପୁଷ୍ପଗୁଛି,ଅଙ୍ଗବସ୍ତ୍ର ଓ ମାନପତ୍ର ଦେଇ ସମ୍ବନ୍ଧିତ କରାଯାଇଥିଲା ।
ସଭା ପ୍ରାରମ୍ଭରେ ନିଜର୍ଟରେ ଦେହାନ୍ତ ହୋଇଥିବା ବିଶିଷ୍ଟ କବି କୁମାର ହାସନ ଓ ବରିଷ୍ଠ ସାମ୍ବାଦିକ ଜୟନାରାୟଣ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା, କରାଯିବା ପରେ ଜୟଦେବଙ୍କ ଗୀତଗୋବିନ୍ଦ ସଂଗୀତ ରାଜକିଶୋର ଦାସ, କ୍ଷେତ୍ରବାସୀ ମଲ୍ଲିକ ଓ ତାଙ୍କ ସାଥୀ ପରିବେଷଣ କରିଥିଲେ । ଏହି ଅବସରରେ ଔପନ୍ୟାସିକା ଜୟନ୍ତୀ ଜେନାଙ୍କ ‘ ସୁବର୍ଷ ଶୃଙ୍ଖଳ’, ମାଙ୍ଗଳିକା ଦାସଙ୍କ ଲତ ପୁସ୍ତକ ‘ଅତ୍ୟନ୍ତ ଅନୁରାଗ’ ଓ ଅଙ୍ଗୁର ଜିଶୋର ବଳଙ୍ଗ ତ୍ରିଧାରା, ତାମସୀ ଆଦି ୩ଟି ପୁସ୍ତକକୁ ଅତିଥିଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା ।